Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ପରିସ୍ଥିତି

ପରିସ୍ଥିତି

1 min
7


ପରିସ୍ଥିତି ଦାସ ଅଟଇ ମନୁଷ୍ୟ

କେବେଖରା କେବେ ଛାଇ,

ସହିବାକୁ ପଡେ ଜୀବନରେ ସବୁ

ଲୁହ ଲହୁ ପିଇ ପିଇ l

ମାନବ ଜୀବନେ ପରିସ୍ଥିତି କେବେ

ସମାନ ନଥାଏ ରହି,.

ଯେତେବେଳେ ଯେଉଁ ଅବସ୍ଥା ଆସଇ 

ଭୋଗିବାକୁହୋଇ ଥାଇ l

ପରିସ୍ଥିତି ନେଇ ରାଜା ରାମ ଚନ୍ଦ୍ର

ହୋଇଥିଲେ ବନଚାରୀ,

ପରିସ୍ଥିତି ବଳେ ରାଜା ହରିଶ୍ଚନ୍ଦ୍ର 

ଶମଶାନ ଜଗୁଆଳି l

ବରଷାକୁ ଛତା ଦେଖାଇଲା ପରି

ପରିସ୍ଥିତି ଅନୁସାରେ,

ଚାଲି ବାକୁ ପଡେ ଜୀବନେ ଆମର

ଜଗି ରଖି କଣ୍ଟା ଧାରେ l

ଭାଇ ବନ୍ଧୁ ଆଉ କୁଟୁମ୍ବକୁ ନେଇ

 ମାନବ ଜୀବନ କାଟେ,

ଜୀବନ ଟି କେତେ ଜଞ୍ଜାଳରେ ଘେରା

ସଂସାରର ଏହି ହାଟେ l

ସୁଅର ମୁହଁରେ ପତର ପରାଏ

ପରିସ୍ଥିତି ସହ ଯୁଝି

ଚଳିବାକୁ ପଡେ ମଣିଷ ମାନଙ୍କୁ

କେତେ ପୁଣି ବୁଝି ଶୁଝି l

ଅଢେଇ ଦିନରଏହି ଜୀବନରେ

ପ୍ରଭୁ ଏକାହିଁ ଭରସା,

ତାଙ୍କ ନାମ ଧରି ଜୀବନ କାଟିବା

ଆସୁ ଯେତେବି ସମସ୍ୟା ll

ପରିସ୍ଥିତି ହେଉ ଅନୁକୂଳ ଅବା

ହୋଇଥାଉ ପ୍ରତିକୂଳ,

ହାତ ଧରି ବାଟ କଢାଇ ନିଅନ୍ତି 

ପ୍ରଭୁ ସେଯେ ଆଦିମୂଳ l



Rate this content
Log in

Similar oriya poem from Inspirational