ଋତୁ ଏ ପାର୍ବଣର
ଋତୁ ଏ ପାର୍ବଣର
ସୁନା ର ପାଉଁଜି ପିନ୍ଧି ମାଆ ଆସୁଛି ,ଏ ଧରା କୁ ବିନାଶ କରିବାକୁ ମୁଣ୍ଡ ଟେକିଥିବା
ଅଜସ୍ର ଦୁଷ୍ଟ ଶକ୍ତି କୁ।
ସୁନା ର ପାଉଁଜି ଶବ୍ଦ ରେ ଯେମିତି ଏ ପ୍ରକୃତି କାଶତାଣ୍ଡି ର ଫୁଲେ ଫୁଲେ ଗାଉଛି ଗୀତ।
ପ୍ରକୃତି ସତେ ମାଆ ସହିତ ବସିଛି କି ମିତ।।
ହସିଉଠୁଛି ମାଆ ର ଆଗମନ ରେ ଗଗନ ପବନ ର ପ୍ରତି ଟି ରେଣୁ ।
ୠତୁ ଏ ପାର୍ବଣ ର ବାସ୍ନା ରେ ମହକିତହୁଏ
ମଳୟ ର ପ୍ରତି ଟି ଅଣୁ ।
ହଜିବାକୁ ସତେ କି ଇଛା ତାର କାଶତାଣ୍ଡି ଧବଳତା ରେ !!
ସବୁ ଠାରେ କେମିତି ଏକ ମୋହନିଆ ବାସ୍ନା
ଶୀତୁଆ ଶୀତୁଆ ଖରା ରେ ମା ଙ୍କ ଆଗମନ
ଢାଳି ଦିଏ ମେଞ୍ଚା ମେଞ୍ଚା ଖୁଶି ର ପସରା ,
ଦିଏକହି ଏ ଧାରା କୁମାଆ ଆସୁଛିନ୍ତି
ନଅ ଦିନ ପାଇଁ
ଢାଳି ବାକୁ ଆଶିଷ ର ଧାରା ତା ସନ୍ତାନ ର ଜୀବନ ରେ ତୋଳି ନେଇଯିବାକୁ ଦୁଃଖ ଶୋକ ର କ୍ଳେଶ ଓ ଅନ୍ଧକାର ର ଘନ ବାଦଲ ମାନ।