STORYMIRROR

Gitanjali Pujapanda

Abstract Tragedy

3  

Gitanjali Pujapanda

Abstract Tragedy

ବସ୍ତିର ମଣିଷ

ବସ୍ତିର ମଣିଷ

1 min
126


ବିକ୍ଷିପ୍ତ ,ବିସ୍ଥାପିତ ଜୀବନର କାହାଣୀ

ଗୋଟେ ଜାଗାରୁ ଆଉ ଗୋଟେକୁ

ଯିବା ପାଇଁ ମନ ହୁଏ ନାହିଁ ,କାହିଁକି

କେଜାଣି ??

ଜୀବନର ସବୁ ଦୁଃଖ କଷ୍ଟ ଅତିକ୍ରମ

କରି ଜିଇଁ ଜିଇଁ ମାରିବା ବୋଧେ ଭାଗ୍ୟରେ

ଲେଖା ଅଛି ,

ବସ୍ତିର ମଣିଷ ମୁଁ ମରି ମରି ପୁଣି ଜିଇଁ ଉଠୁଛି ।

ଅଳିଆ ,ଆବର୍ଜନା ,ଅପରିଷ୍କାର ପରିବେଶ

ମୋ ଘର ହେଲେ ,ମୁଣ୍ଡ ଗୁଂଜି ବାକୁ

ଛାତଟିଏ ତ ଅଛି ।

ସରକାର ଙ୍କର କେତେ ଯେ

ଯୋଜନା ଭୂତ ଖାଉଛି ,

ବଡ଼ ବଡ଼ିଆ ମାନଙ୍କର ପେଟକୁ ଯାଉଛି

ମୁଁ ବସ୍ତି ମଣିଷ ,ମୋ ଜୀବନ 

ଏକ ଯାଯାବର ସଦୃଶ,ଏ ଜାଗାରୁ ସେ 

ଜାଗା ଜୀବନ ବିସ୍ଥାପିତ ମୋର।

ଉନ୍ନତି କି କେବେ ଆଶା କରି ନାହିଁ ,

ଛୋଟ କାଟର ବେପାର କରି ପେଟ ପୋଷେ

ମୁହିଁ ,ବର୍ଷା ଆସିଲେ ପାଣିର ସୁଅଛୁଟଇ

ମୁଣ୍ଡ ଗୁଂଜି ବାକୁ ନୂଆ ଛାତ ଖୋଜେଇ

, ପଲିଥିନ ତଳେ ଘର ମୋର ନୀଳ

ଆକାଶକୁ ପଲିଥିନ ବି ନୀଳ।

ନା ଅଛି ଏଠି ଶିକ୍ଷା ,ନା ବିଜୁଳିର

ଚକମକ ,ଅଛି ଖାଲି ଏଠି ରୋଗ ,ଜର୍ଜରିତ

ଯନ୍ତ୍ରଣା ,ହେଲେ ତଥାପି ଆଶା ଦେଖାଇବା ପାଇଁ

ଲୋକ ଏଠି ଆସୁଛନ୍ତି ସମାଜସେବୀ ସାଜି ।

ଦେଶ ଆମର କୋଉଠି ପହଂଛି ଲାଣି

ହେଲେ ଆଜିବି ମଣିଷ ହୋଇଛି ,ବିସ୍ଥାପିତ

କେବେ ଆସିବ ସେ, ନୂତନତାର ଆଲୋକ

ଆଲୋକିତ କରିବ ,ଏ ବିସ୍ଥାପିତ ମାନକୁ

ଦେଇ ଶିକ୍ଷା ,ଦୀକ୍ଷା ,ବିଜୁଳି ,ସ୍ଵଛ ଜଳ

ଯୋଗାଣ ,ବଢ଼େଇବ ଦେଶ ର ଗୌରବ

ସଂମାନ କିଏ ରହିବେ ନାହିଁ ,ବିସ୍ଥାପିତ

ସଭିଏଁ ହୋଇ ଯିବେ ,ସ୍ଥାପିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract