STORYMIRROR

Gitanjali Pujapanda

Classics Others

3  

Gitanjali Pujapanda

Classics Others

ମୁଁ ନଇ

ମୁଁ ନଇ

1 min
191

ନଇ ହଁ ମୁଁ ଏକ ନଇ

ଦେହ ରେ ମୋର ଅଜସ୍ର ଜଳ ର ପ୍ରବାହ ,

ତା 'ବିନା ତ ମୁଁ ଯେ ଅଧୁରା !!

ହସଲୁହ; ମିଶା ପସରା ଯେମିତି ପ୍ରବାହ ଜୀବନ ର

ସେହିପରି ମୋ ଦେହଟି ଜଳକଣିକା ର ସମାହାର।

ସେଥିରେ ମୁଁ ଜୀବନ୍ତ,ଉତ୍ତଫୁଲିତ,ପ୍ରବାହିତ।

ବିନା ନିର ରେ ମୁଁ ବି ସମାନ ମଲା ସଙ୍ଗେ

ଦିଆ ଯାଏ ସେତେବେଳେ ମୋ ନାଁ ମଲା ନଇ।

କେତେ ବେଳେ ମୁଁ ନଇ ରୁ ନଦୀ

ଆଉ ନଦୀ ରୁ ପୁଣି ମହାନଦୀ।

ନଦୀ ମିଶେ ସାଗର ରେ ଯେବେ ସାଗର ର ସତ୍ତା ରେ

ସେ ତା ସତ୍ତା ଟି ହରାଇ ଥାଏ ହସିହସି ।

ସେଥିଲାଗି ମୁଁ ଅଧିରା ,ଅଥୟ ହୋଇ

ଖୋଜୁଥାଏ ଦୂର କୁ ଆହୁରି

ଦୂର କୁ ବହି ଚାଲିବା କୁ ,ପାହାଡ଼ ପର୍ବତ ଖାଲି ଢ଼ିପ ବନ୍ଧ ବାଡ଼ ନ ମାନି ବୋହି ଚାଲେ ମୁଁ ଆଗକୁ

ଆଗକୁ ବଢିଚାଲିବାମୋର ଯେ ଲକ୍ଷ୍ୟ ମୋର ଚାହେଁ ନାହିଁ ମୁଁ ପଛକୁ

ଆଗକୁ ଆଗକୁ ଯାଏ ମୁଁ ବଢି ମୋ ଲକ୍ଷ୍ୟ କୁ ନ ସାଧିଲା ଯାଏଁ।

ମୁଁ ନଇ ହଁ ମୁଁ ଏକ ନଇ!

କୁଳୁକୁଳୁ ହୋଇ ବୋହି ଯାଏ ମୁଁ ସୁଲୁସୁଲିଆ ବାଆ ସାଥେ

ମାଛରଙ୍କା ପକ୍ଷୀ ଟିଏଥଣ୍ଟ ରେ ତାରମୋରିଦେହ ରୁ

ମିନ ଟି ଧରିଯାଏ ଉଡି ସେହି ନୀଳ ଆକାଶ କୁ

ଯେତେବେଳେ ପଶ୍ଚିମ ଆକାଶଟି ସୁରୁଜ ର କିରଣ ରେ

ହୁଏ ନାଲି ।

ଆହା କି ମନୋରମ ଦୃଶ୍ୟ କବି ର କେତେ ଯେ କବିତା ମୋ

ସୁନ୍ଦରତା ରେ ଗଢ଼ା ମୁଁ ଯେ ଅପରୂପା ତରଙ୍ଗୀ ଣି!

କେତେବେଳେ ପ୍ରଳୟ ମୁଁ କେତେ ବେଳେ ମାଆ ପୁଣି

ଯାଏ ହୋଇ ।

ଏମିତି ଚାଲୁଥାଏ ଜୀବନ ମୋର, ଏଇ ମୋର ଜୀବନ କାହାଣୀ ।

ମୁଁ ନଇ, ନଦୀ,ତରଙ୍ଗିଣି ,ତଟିନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics