STORYMIRROR

Gitanjali Pujapanda

Abstract

3  

Gitanjali Pujapanda

Abstract

ମାଟିର ମଣିଷ

ମାଟିର ମଣିଷ

1 min
171


ମାଟିର ମଣିଷ ଦିନେ ମାଟିରେ ଯିବୁ


ମିଶି ,ବୃଥାରାଗ ,ଅହଂଙ୍କାର କରୁ ଦିବା ନିସି।


ମୋର ମୋର କହି ସବୁ ଆବରି ନେଉଛୁ


ଗଲା ବେଳେ, ଉପର କୁ ହାତରେ ନ ଥିବ କିଛି।


ଲୋଭର ବଶବର୍ତ୍ତୀ ହୋଇ ସବୁ ତୁ ଏକା


ଖାଉଛୁ ,ପିଉଛୁ ନିଜ ଲୋକ ଭିତରେ ବି ।


ପର ବୋଲାଉଛୁ, ସେ ଲୋଭ ଅହଙ୍କାର ଗର୍ଵ


ଦିନେ ତୋର ଧ୍ବଂସର କାରଣ ସାଜିବ ।


ଧ୍ବଂସ ହୋଇ ମାଟିରେ ମିଶିବୁ ,ଯେଉଁ ଦିନ


,ତୋ ଶବ ଉପରେ କିଏ ବା ଲୁହ ଗଡ଼ାଇବ।


କରି ଶ୍ରମ ଦିନରାତି ଧନ କୁ ସଞ୍ଚିଲୁ ଦୁଃଖୀ


ରଙ୍କି ମାନଙ୍କୁ ସାହାଯ୍ୟର ହାତ ନ ବଢ଼ାଇଲୁ।


ପଇସା ,ପଇସା ବୋଲି ଚିତ୍କାର ଛାଡିଲୁ


ପଇସାରେ ଜ୍ଞାନ ହଜାଇ ବାଟବଣା ହେଲୁ ।


ମାଟିର ମଣିଷ ତୁ ମାଟିରେ ମିଶିବୁ


ଦିନେ ନା ଦିନେ ମହାଗର୍ଭରେ ଲୀନ ହେବୁ।


ମିଛରମାୟା ସଂସାରେ ପଡି,ବୃଦ୍ଧ କାଳେହେବୁତୁ


ଚଟ ପଟ ,ତେଣୁ ଏବେ ସଦା କାଳେ ତୁହି  ହରି ନାମ ଟିରଟ ।।


ହରି ନାମ ଟିରଟି ଲେ,ଏ ଭଵ ସାଗରୁ ପାର


ହେବୁ ,ତେବେ ଯାଇ ,ମାଟିର ମଣିଷ ତୁ ବିଭୁପାଦେ ଲୀନ ହେବୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract