STORYMIRROR

Gitanjali Pujapanda

Romance

3  

Gitanjali Pujapanda

Romance

ମନ ଉଡିଯାଏ ଏକ ନୂଆ ଦୁନିଆଁକୁ

ମନ ଉଡିଯାଏ ଏକ ନୂଆ ଦୁନିଆଁକୁ

1 min
161

ମନ ଉଡିଯାଏ ସେହି ଦୁନିଆକୁ

ଯେଉଁଠିକୁ ତାର ଇଚ୍ଛା ହୁଏ ।

ପୁଣି ରହିଯାଏ ଦେଖି ନୀଳ ଆକାଶର 

ବାଦଲ ଭରା ନୀଳ ଦାରିଆରେ ଯେଉଁଠି ଏକ

ହୁଏ ନୀଳ ସାଗର ଆଉ ନୀଳ ଢେଉର ମାଳ।


ମନ ଯେ ବୋଲ ମନେ ନାହିଁ ଇଚ୍ଛାକୁ କାବୁ 

କରିବାକୁ ବି ଇଚ୍ଛା ହୁଏ ନାହିଁ ବେଳେ ବେଳେ 

ନିରୋଳାରେ ମନ ଉଡିଯାଏ ସେହି ବେଳାଭୂମି

କୁ ଯେଉଁଠି ମୁଁ ଥିବି ଆଉ ତୁମେ ମୋ ହାତ ଧରି 

ରଙ୍ଗୀନ ଦୁନିଆରେ ହଜିଯାଇଥିବା ଆମେ ଦୁଇ 

ପ୍ରେମିକ ଆଉ ପ୍ରେମିକାଙ୍କ ପରି!!

ଚାତକ ପକ୍ଷୀ ଅପେକ୍ଷା ତୃଷ୍ଣାର ଜଳ ମେଣ୍ଟିବା

ପାଇଁ ଆକାଶ ଦିଏ ଯେପରି ଅସୁମାରୀ ତାଜା ମେଘର ବିନ୍ଦୁ  

ସେ ବିନ୍ଦୁରେ ଥାଏ ଜୀବନ ସତ୍ୟତା 

ଅପେକ୍ଷାର ପୂର୍ଣ୍ଣତା ତୃଷ୍ଣାର ଶୀତଳତା ଏକ ଅଦ୍ଭୁତ ଅନୁଭବ 

ମନ ଉଡି଼ ସେ ଅନୁଭବକୁ ଜୀଇଁବାକୁ 

ହୋଇ ଏକ ଚାତକ ପକ୍ଷୀ ତୁମ ପ୍ରେମର।

ମନ ଉଡିଯାଏ କେଉଁ ଏକ ନୂଆ ଦୁନିଆକୁ ଯେଉଁଠି 

ନ ଥିବ ଲୁହ ଆଉ ଦୁଃଖର କାଣିଚାଏ ବିନ୍ଦୁ  

ଥିବ ସେଠି ଏକ ହସୁଥିବା ପୂର୍ଣ୍ଣ ଇନ୍ଦୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance