STORYMIRROR

Gitanjali Pujapanda

Others

4  

Gitanjali Pujapanda

Others

ଆଖି ର ଲୁହ

ଆଖି ର ଲୁହ

1 min
374

ହୃଦୟ କୁ କଷ୍ଟ ହେଲା ବୋଲି

ଆଖିରୁ ଝରିଲା ଲୁହ ସେ ଲୁହ କୁ 

କିଏ ଦେଖି ନେବ ଭାବି ଲୁହ କୁ ରୋକିଲି ମୁହିଁ।

ମାତ୍ର ଲୁହ କି ମୋର ବୋଲ ମାନି ଲା 

ଓଠ କୁ ଦେଲା ଭିଜେଇ।


ହୃଦୟ ର କଷ୍ଟ ସବୁ ଆଖି ରେ ଲୁହ ହୋଇ 

ଯାଏ ବୋହି ।

ଯେତେ ଚେଷ୍ଟା କଲେ ଲୁହ କି ବୋଲ ମାନଇ

ଟିକେ କଷ୍ଟ ପାଇ ଲେ ଆଖିରୁ ଝରି ପଡି

ଓଠ କୁ ଦିଏ ଭିଜେଇ।


ସୁଖ ରେ କେତେ ବେଳେ ଝରେ ତ ଦୁଃଖ ରେ 

ଆଖି କୁ ଓଦା କରେ ।

ଜୀବନ ର ପ୍ରତିଟି ସମୟ ର ସାଥି ସିଏ 

ଯେଉଁ ଆଖିରେ ସବୁବେଳେ ଲୁହ ଆସେ ବୋହି 

ତୁଳା ପରି ନରମସେ ବ୍ୟକ୍ତି ର ହୃଦୟ ଟି ଅଟେଇ।  


ଆଖିରେ ଲୁହ ଯାହାର ନ ଥାଏ 

ପଥର ଠାରୁ ଟାଣ ସିଏ

ବେଳେ ବେଳେ ଜୀବନ ରେ ବେଶୀ ଦୁଃଖ ପାଇଲେ 

ଆଖି ର ଲୁହ ମଧ୍ୟ ଶୁଖି ଯାଏ ।

ସତ ଲୁହ ଆଉ ମିଛ ଲୁହ ଭିତରେ ତଫାତ ଅନେକ ।

ସତ ଲୁହ ହୃଦୟ କୁ ମଝ ବୁତ କରେ ଆଉ ମିଛ ଲୁହ 

ଅନ୍ୟ କୁ କଷ୍ଟ ଦେବା ପାଇଁ ଆଖି ରୁ ଝରେ ନାଟକ ଶୈଳିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍