କାହାଣୀର ଶେଷ ଭାଗ
କାହାଣୀର ଶେଷ ଭାଗ


କେବେ ପଢିଛ କି ଜୀବନୀ କାହାଣୀ ଟିଏ
ଜୀବନ, ବହି ର ଫର୍ଦ୍ଦ ରେ ଲେଖା ଥିବା ଏକ
କାହାଣୀ ପରି କେତେ ବେଳେ କନ୍ଦାଇ ଦୁଃଖ
ଯନ୍ତ୍ରଣା ରେ ପୋତି ପକାଏ ଆଉ କେତେ ବେଳେ,
ସୁଖ ର ସୁଅ ଛୁଟାଇ ଦୁଃଖ କୁ ଭୁଲାଇ ଦିଏ ।
ସମୟ ର କାନଭାସ ରେ କିଏ ଲେଖେ ପାପ ଆଉ
ପୁଣ୍ୟ ର ହିସାବ ର ଲେଖା ଆଉ କିଏ କାହାକୁ ଦୁଃଖ
ଦେଇ ଅର୍ଜି ଦିଏ ଅଭିଶାପ ର ମରଣ ଯନ୍ତା।
କିଛି କାହାଣୀର ଶେଷ ନ ଥାଏ ଆଉ କିଛି ର ହୁଏ ଦୁଃଖଦ ପରିସମାପ୍ତି ।
ଜୀବନ ବଞ୍ଚିବାର ନା ,ଜୀବନ ହସଖୁସିର
ଏକ ବଣଭୋଜି ପରି
ଜୀବନ କୁ କରନ୍ତୁ ଉପଭୋଗ, ଦେବତା ଙ୍କର କୋଟି
ପୂଣ୍ୟ ର ଫଳ ଏ ଜୀବନ ଅସରନ୍ତି ଆଶୀର୍ବାଦ ର
କର୍ମଫଳ କୁ ମିଛ ଅହଂକାର,ଗର୍ବ ର ପଙ୍କ ରେ ବୁଡ଼େଇ ଜୀବନ କାହାଣୀ ର ଶେଷ ଭାଗ ଟିକୁ କରନ୍ତୁ ନାହିଁ ରକ୍ତାକ୍ତ , କଳୁଷିତ ସମାପ୍ତ ।