କଳା ଶ୍ରୀମୁଖ
କଳା ଶ୍ରୀମୁଖ


ତୋର ସେ କଳା ଶ୍ରୀମୁଖ ରେ କି ଯାଦୁ
ଅଛି ରେ କାଳିଆ କୋଟି କୋଟି ଜନଙ୍କୁ
ନିଜ ପାଖ କୁ ନେଉଛି ଟାଣି।
ଆଖିରେ କେଉଁ ଯାଦୁ ର କଳା ତୁ ଲଗେଇ
ମନ କୁ କଣ ହୃଦୟ ର ପ୍ରତିଟି
ସ୍ପନ୍ଦନ କୁ ତୋ ଭକ୍ତି ରେ ଦେଉ ରଙ୍ଗେ ଇ।
ତୋ ଦର୍ଶନ ରେ ମନ ପ୍ରାଣ ରେ ଭକ୍ତି ର
ପବିତ୍ର ଗଙ୍ଗା ର ଧାରା ଆଖିରେ ଆଶ୍ରୁ ରୂପ ନେଇ ଯାଏ ବୋହି।
ମାନେ କି ସେ ବାଡ଼ବନ୍ଧ ହୃଦୟ ରୁ ବାହାରି
ଆଖି ବାଟ ଦେଇ ଓଠ କୁ ଦିଏ ଭିଜେଇ।
କି କିମିୟା ତୋର ଗମ୍ଭୀରା ଭିତରୁ
ଦୁଇ ଟି ନିରୀହ ଆଖି କୋଟି କନ୍ଦର୍ପ
ଜିଣି ମନ କୁ ନିଏ ମୋହି ।
ଧନ୍ୟ ହୁଏ ତନ ମନ ସହିତ ଭକ୍ତ ର ଜୀବନ
ମୋହ ମାୟା ର ସଂସାର ରୁ ସେ ଭାବନା ଟି ଭିନ୍ନ।
ଜୀବନ ରେ ନ ଥାଏ ପାଇବା ର ଆଶା କି
ହରେଇବା ର ଦୁଃଖ ସବୁ ଜାଗା ରେ ଥାଏ
ତୋର ସେ ହସ ହସ କଳା ଶ୍ରୀମୁଖ ।