STORYMIRROR

Gitanjali Pujapanda

Classics Others

4  

Gitanjali Pujapanda

Classics Others

କଳା ଶ୍ରୀମୁଖ

କଳା ଶ୍ରୀମୁଖ

1 min
249


ତୋର ସେ କଳା ଶ୍ରୀମୁଖ ରେ କି ଯାଦୁ

ଅଛି ରେ କାଳିଆ କୋଟି କୋଟି ଜନଙ୍କୁ

ନିଜ ପାଖ କୁ ନେଉଛି ଟାଣି।


ଆଖିରେ କେଉଁ ଯାଦୁ ର କଳା ତୁ ଲଗେଇ

ମନ କୁ କଣ ହୃଦୟ ର ପ୍ରତିଟି

ସ୍ପନ୍ଦନ କୁ ତୋ ଭକ୍ତି ରେ ଦେଉ ରଙ୍ଗେ ଇ।


ତୋ ଦର୍ଶନ ରେ ମନ ପ୍ରାଣ ରେ ଭକ୍ତି ର

ପବିତ୍ର ଗଙ୍ଗା ର ଧାରା ଆଖିରେ ଆଶ୍ରୁ ରୂପ ନେଇ   ଯାଏ ବୋହି।


ମାନେ କି ସେ ବାଡ଼ବନ୍ଧ ହୃଦୟ ରୁ ବାହାରି

ଆଖି ବାଟ ଦେଇ ଓଠ କୁ ଦିଏ ଭିଜେଇ।


କି କିମିୟା ତୋର ଗମ୍ଭୀରା ଭିତରୁ

ଦୁଇ ଟି ନିରୀହ ଆଖି କୋଟି କନ୍ଦର୍ପ

ଜିଣି ମନ କୁ ନିଏ ମୋହି ।


ଧନ୍ୟ ହୁଏ ତନ ମନ ସହିତ ଭକ୍ତ ର ଜୀବନ

ମୋହ ମାୟା ର ସଂସାର ରୁ ସେ ଭାବନା ଟି ଭିନ୍ନ।


ଜୀବନ ରେ ନ ଥାଏ ପାଇବା ର ଆଶା କି

ହରେଇବା ର ଦୁଃଖ ସବୁ ଜାଗା ରେ ଥାଏ

ତୋର ସେ ହସ ହସ କଳା ଶ୍ରୀମୁଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics