Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ମୁଁ ତୁମର ପ୍ରିୟ ସୂଚନାଟିଏ

ମୁଁ ତୁମର ପ୍ରିୟ ସୂଚନାଟିଏ

1 min
148



ସାଧନାର ପଥ କଢାଇ ନେବାକୁ

ମୁଁ ତୁମର ପ୍ରିୟ ସୂଚନାଟିଏ

ସଫଳତା ଶିଡି଼ ସେ ପାରଇ ଚଢ଼ି

ମୋହର ସ୍ବରୂପ ବୁଝଇ ଯିଏ ।


ଯେବେ ବୋଧଗମ୍ୟ ମୋର ପରିଭାଷା

ରହେ ନାହି କିଛି ଅକରଣୀୟ

ଇଚ୍ଛାଶକ୍ତି ଆଉ ପ୍ରଚେଷ୍ଟା ବଳରେ

ହୁଏନି ସମୟ ବି ଅପଚୟ ।


ଠାର ଇଙ୍ଗିତରେ ହେଉ ବଚନରେ

ଅବା ଲିଖନରେ ଯାହା ସୂଚିତ

ସେଥିପ୍ରତି ଧ୍ୟାନ ଦିଏ ଯେଉଁ ମନ

ସ୍ବଚ୍ଛ ତା' ପାଖେ କଅଣ ଉଚିତ ।


ନବୁଝି ଯେ ଧାଏଁ ବିନା ବିଚାରରେ

ହୁଅଇ ସଦା ସେ ଅକୃତକାର୍ଯ୍ୟ

ଅଳପ ବୁଝି ଯେ ଭାବେ ସବୁ ଜାଣେ

ବିଫଳତା ତାହା ପାଇଁ ନିଧାର୍ଯ୍ୟ ।


ସରଳ ଜଟିଳ ସଦା ମୋର ଭାବ

ଶୁଣଇ ଠିକ୍ ଯେ କର୍ଣ୍ଣପଟଳେ

ଧୈର୍ଯ୍ୟ ସହ କରି ସବୁ ସମାଧାନ

ବିଜେତା ନିଜର ବିଶ୍ବାସ ବଳେ ।




Rate this content
Log in

Similar oriya poem from Inspirational