Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ସମୟ ଅଟେ ମୋ ପରମ ଗୁରୁ

ସମୟ ଅଟେ ମୋ ପରମ ଗୁରୁ

1 min
207



ସମୟ ଅଟେ ମୋ ପରମ ଗୁରୁ

ତାହା ପାଇଁ ଜୀବନ ମହାଗରୁ ।

ପିଲାଟି ଦିନରୁ ସାଥିରେ ରହି

ଭଲମନ୍ଦ ପଥେ ନିଏ କଢାଇ ।

ସେଠାରୁ ଦିଅଇ ଅଶେଷ ଶିକ୍ଷା

ଯାହା ଆଗାମୀ ଜୀବନ ସୁରକ୍ଷା ।

ଯେତେ ବାଧାବିଘ୍ନ ଦୂର କରାଇ 

ସଫଳତା ଶିଢି ଦିଏ ଚଢାଇ ।

ଚଳୁଥିବି ମାନି ତା' କଥା ନିତି

ଯେତେ ଶୁଭଫଳ ଥିବ ମୋ କତି ।

ସେ ଗୁରୁକୁ ଯେବେ କରେ ଅମାନ୍ୟ

କେବେ ନ ଲଭିବି ଜୀବନେ ପୂଣ୍ୟ ।

ବିଫଳ ହୋଇବ ଯେତେ ସାଧନା

ନ ମିଳିବ ଯଥାଯୋଗ୍ୟ ପାଉଣା ।

ମୋ ପାଇଁ ସେଗୁରୁ ଅତି ମହତ

ତା'ଠୁ ଜ୍ଞାନ ତୋଳି ଥିବି ମୁଁ ତୃପ୍ତ ।



Rate this content
Log in

Similar oriya poem from Inspirational