STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଝିଅ

ଝିଅ

1 min
423

ଝିଅ

ବାପଘରେ ଥିବାଯାଏ ଗେହ୍ଲେଇ

ସୁନା, ଧନ, ରାଣୀ,ମୋ ମାଟା, କଣ୍ଢେଇ

ତା ହସ ବେଶରେ ଜହ୍ନର ଛାଇ

ତା ଯୋଗୁଁ ଘର ,ଘର ପରି ଲାଗଇ

ଓଷା ପରବ କେବେ ଜଣା ପଡଇ

ସେ ମା ବାପା ଆଖିରୁ ଲୁହପୋଛଇ ।


ଝିଅ

ଶାଶୁ ଘରେ ହୋଇଗଲେ ବୋହୁ

ସ୍ୱାଧୀନତା ସ୍ୱାଭିମାନ ତାର ନଥାଇ

ଯେତେ ଆଧୁନିକା,ସ୍ୱାବଲମ୍ବୀ ହେଲେ ବି

ଧରାବନ୍ଧା ଶଗଡ଼ ଗୁଳାରେ ଚାଲଇ

ସେ ଯେମିତି ଶାଶୁଘର ଲୋକଙ୍କୁ ନିଜର କରଇ

ତା ବାବାମାଙ୍କୁ ଶାଶୁ ଘର ଲୋକେ ସେମିତି କରନ୍ତିନି

ଏଇଟା ଗୋଟେ ଝିଅର ଅକୁହା ଯନ୍ତ୍ରଣାର ନଈ।


ଝିଅ

ଅଧା ଆଲୁଅ ଅଧା ଛାଇ ଜହ୍ନ ପରି ଜୀବନ

ତା ପାଇଁ ସବୁ ନୀତି ନିୟମ,ବିଧି ବିଧାନ

ଧର୍ଷିତା ହେଲେ,ଝିଅ ଜନ୍ମ କଲେ, ସେ ହୁଏ କାରଣ

ଏକାକୀ ବଢ଼ିଲା ଝିଅଟେ ରାତିରେ ଯିବା ବାରଣ

ସ୍ୱାଧୀନ ଦେଶର ପରାଧୀନ ପିଞ୍ଜରାବଦ୍ଧ ଶୁଆଟିଏଜାଣ

ସ୍ୱାମୀ ମଲେ ସେ ହୁଏ ପାଷାଣ ଆଭୂଷଣ ହିଁନ

ସ୍ତ୍ରୀ ମଲେ ସ୍ୱାମୀ ନିଃସଙ୍କୋଚେ କରେ ଆନ ସ୍ତ୍ରୀ ଗ୍ରହଣ 

କିନ୍ତୁ ସ୍ତ୍ରୀ ଟିଏ ପାଇଁ ସମାଜରେ ନାହିଁ କିଛି ବିଧାନ

ହଁ ଏବେ କିଛି ଝିଅ ବଞ୍ଚନ୍ତି ନିଜ ଭାଗ ଜୀବନ

କାଳେ କାଳେ ଝିଅ,ବୋହୁ,ସ୍ତ୍ରୀ,ମା ଭାବେ ସହେକଷଣ

କିନ୍ତୁ ଝିଅ ହୋଇ ସ୍ରଷ୍ଟା ଚିର ସୃଷ୍ଟି ସୃଜନେ ମଗନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational