STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଚଳନ୍ତି ଠାକୁର

ଚଳନ୍ତି ଠାକୁର

1 min
405


-------

ଯିବିନାହିଁ ମୁଁ ଯେ ମନ୍ଦିରକୁ ଆଉ

            କରିବାକୁ ଦିଅଁ ପୂଜା

ଯାଚିବି ନାହିଁ ମୁଁ ନାନା ଜାତି ଭୋଗ

            ନଡିଆ ,କଦଳୀ, ଖଜା  ।।


ଜାଳିବି ନାହଁ ମୁଁ ଧୂପ ଦୀପ କେବେ 

           ଯେତେ ପୂଜା ଅରଚନା  

ଗାଇବି ନାହିଁ ମୁଁ ଦିଅଁଙ୍କ ବନ୍ଦନା

           କରିବିନି ଆରାଧନା  ।।


ଘର ଅଟେ ମୋର ଦିଅଁଙ୍କ ମନ୍ଦିର

            ବାପା ମା' ବଡ ଦିଅଁ 

ସେବୁଥିବି ନିତି ମୁଁ ତାଙ୍କ ପୟର

            କରି ହସ ହସ ମୁହଁ  ।।


ଦେବିନାହିଁ କେବେ ତାଙ୍କ ମନେ ଦୁଃଖ 

              କହୁଥିବି ମିଠା କଥା

ଛାଇ ଭଳି ସଦା ପାଖେ ରହିଥିବି

              ନଇଁ ଯାଉଥିବ ମଥା  ।।


ଦୁଃଖର ସୁଖର ସାଥୀ ସିଏ ମୋର

          ଅନ୍ଧାରେ ଆଲୋକ ଶିଖା

ଜନମେ ଜନମେ କରୁଥିବି ପୂଜା

          ବିପଦୁ ଲଭିବି ରକ୍ଷା  ।।


ଫୁଲ ଠୁ କୋମଳ ହୃଦୟ ତାଙ୍କର 

         ଦୟା ଓ କ୍ଷମାରେ ଭରା

ମନ ଟି ତାଙ୍କର ସ୍ବଚ୍ଛ ଓ ନିର୍ମଳ 

         ପବିତ୍ର ଗଙ୍ଗାର ଧାରା   ।।


ଆଶିଷ ତାଙ୍କର ଅମୃତର ଧାର

            ପଡୁଥିବ ସଦା ଝରି

ଚଲାପଥ ମୋର ହେବ କୁସୁମିତ

           ଦୁଃଖ ଯିବ ଅପସରି  ।।


ଦୁନିଆ ଦାଣ୍ଡରେ ଛିଡା କରି ମୋତେ

           ସହିଛନ୍ତି କେତେ ଦୁଃଖ 

ସବୁତକ କଷ୍ଟ ଆବୋରି ନେଇକି

          ଦେଇଛନ୍ତି ମୋତେ ସୁଖ ।।


ଭୁଲିବି ନାହଁ ମୁଁ ଭୁଲି ପାରିବିନି

          ଶୁଝି ପାରିବିନି ଋଣ 

ମଣିଷ ରୂପରେ ଚଳନ୍ତି ଠାକୁର 

          କରୁଥିବି ଦରଶନ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational