Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

5.0  

Sadananda Sahoo

Inspirational

ହେ ମହାନ ଆତ୍ମା

ହେ ମହାନ ଆତ୍ମା

1 min
294


ଭାରତ ମାତାର ଯୋଗ୍ୟତମ ସୁତ 

   ମହାତ୍ମା ନାମରେ ଖ୍ୟାତ , 

ଅହିଂସା ଆଚରି ଯାଇଛନ୍ତି ଚଳି 

   ଝୁରୁଛି  ଧରିତ୍ରୀ ମାତ !


ଏ'ସାରା ବିଶ୍ଵରେ ମହାତ୍ମା ନାମରେ 

     ଅର୍ଜିଥିଲେ ଯଶକୀର୍ତ୍ତି  , 

ସ୍ନେହଁଶ୍ରଧାପୁର୍ଣ୍ଣ   ହୃଦୟ ତାଙ୍କର 

    ସଂଗ୍ରାମରେ ଥିଲା ବ୍ରତୀ !


ସ୍ଵାଧୀନତା ସ୍ଵାଦ ମହାତ୍ମାଙ୍କ ଦାନ 

   ଦେଶବାସୀ ସର୍ବେ ଖୁସି , 

ଆଜିବି ପ୍ରତୀତ ମହାତ୍ମାଙ୍କ ଚିତ୍ର 

    ଆଚମ୍ବିତ  ବିଶ୍ଵବାସୀ !


ଯୁଗସ୍ରଷ୍ଟା ବୋଲି ସରବେ ବୋଲନ୍ତି 

    ଗାନ୍ଧୀ ମହାତ୍ମାଙ୍କୁ ଝୁରି  , 

ଜୀବନ ଉତ୍ସର୍ଗ   ସର୍ବକାଳ ମିତ୍ର 

    ଆକାଶରେ ବିଭାବରୀ !


ଜାତି ଧର୍ମ ବର୍ଣ୍ଣ ନୁହେଁ ଜମା ଭିନ୍ନ 

   ସର୍ବେ ଆମେ ଏକାକାର 

 ମହାତ୍ମାଙ୍କ ଉକ୍ତି ମନେଆଣେ ଶାନ୍ତି 

    ଭାଷା ତାଙ୍କ  ହୃଦୟର !


ଗୋରା ବଣିକର ଅନ୍ୟାୟ ବିଚାର 

    ଗାନ୍ଧୀ କଲେ ପ୍ରତିହତ , 

ଅହିଂସାର ମନ୍ତ୍ର  ଥିଲା ବ୍ରହ୍ମ ଅସ୍ତ୍ର 

    ଗୁଳିଗୋଳା ପରାଜିତ !  


ଅସ୍ପୃଶ୍ୟ ବୈଷମ୍ୟ ଦୂରକଲେ ସତ୍ୟ 

    ସ୍ଵରାଜ  ଗୌରବ ପାଇଁ , 

ନିଶା ନିଵାରଣ  ସମାଜ କରଣ 

   ଗାନ୍ଧୀଙ୍କ ବୈଦାନ୍ଯ ଭାଇ !


ଦେଶ ମାତୃକାର ଉଜ୍ଜ୍ଵଳ ଭାସ୍କର 

    ଦେଶ ପାଇଁ ଗଲେ ହଜି , 

ଅଵିଶ୍ଵାସୀ ଜନ  କଲା ହୀନିମାନ 

   ଶୋଇଗଲେ ଆଖିବୁଜି !


ହାୟ ରାମ ଶବ୍ଦ  ଭାବନା ଗହିର୍ତ୍ତ 

    ହୃଦୟରୁ ଟିକେ ହେଜ , 

ହେ'ଦେଶବାସୀ ଗାଅ ସର୍ବେ ଆଜି 

    ରଘୁପତି ରାଘବ ରାମ  !


କାରାବାସ ଭୋଗି ମହାତ୍ମା ସରାଗୀ 

   ସାଜି ଥିଲେ ବାର୍ତ୍ତାବହ , 

ଇଂଗ୍ରେଜମାନଙ୍କ ବୁଦ୍ଧି ହେଲାଶୂନ୍ୟ 

   ଛାଡିଲେ ସାଶନ ମୋହ !


ଏତେ ବଳିଦାନ ଗଲା ସତେ ବ୍ୟର୍ଥ 

    ଦେଶଜ ସାଜିଲା ଶତୃ , 

ନାଥୁରାମ ନର ସାଜିଲା ରାକ୍ଷସ 

    ପ୍ରାଣ ହରାଇଲେ ପିତୃ !


ଶୁଭ ଜନ୍ମଦିନ ଅକ୍ଟୋବର  ମାସ 

     ଦୁଇ ତାରିଖଟା ସାଥୀ , 

ସରାଗେ ପାଳିବା ଗାନ୍ଧୀଙ୍କ ଜୟନ୍ତୀ 

    ଉଚ୍ଛୁଳି ପଡିବ ସ୍ମୃତି !



Rate this content
Log in

Similar oriya poem from Inspirational