Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Fantasy Inspirational

3  

Sadananda Sahoo

Romance Fantasy Inspirational

ପ୍ରେମାନୁଭଵ

ପ୍ରେମାନୁଭଵ

1 min
208



ପ୍ରେମ ଅନୁଭବ ଜୀବନ୍ତ ବିଭବ

     ଭାବନାର  ଅନ୍ତରାଳେ  

 ସ୍ଵପ୍ନେ ଉଦ୍ଭାସିତ ହୁଏ ସଦା ଚିତ୍ର

    ରାତ୍ରୀରାଣୀ ନିଦକୋଳେ  !


ଅଢ଼େଇ ଅକ୍ଷର ପ୍ରେମର ସ୍ବାକ୍ଷର

   ବ୍ୟାପକ ଏ  ପରିଭାଷା  

ବର୍ଣ୍ଣନା ସାପେକ୍ଷ ଏ ଶବ୍ଦର ଅର୍ଥ

   ହୃଦୟରେ ବାନ୍ଧେ ବସା !


ପ୍ରେମ ଆଭିମୁଖ୍ୟ ସର୍ବଶାନ୍ତି ମୋକ୍ଷ

    ହୃଦୟର ଚିର ଗାଥା   

ଅପୂର୍ବ ମିଳନ ପ୍ରେମ ଅମଳିନ

    ପ୍ରଣିପାତ କରେ ମଥା  !


ସଂକୀର୍ଣ୍ଣତା ଭାବ ଶୋଭନୀୟ ନୁହଁ

    ପ୍ରେମସୀମା ସରହଦେ

ପ୍ରେମ ଉପଜୀବ୍ୟ ପ୍ରେମ ଉପଭୋଗ୍ୟ

     ସମ୍ପର୍କର  ସେତୁବନ୍ଧେ  !


ପ୍ରେମ ସ୍ମୃତି ଛବି ହୃଦୟ ଦରଦୀ

    ମାନସ ପଟରେ ଭାସେ 

ଆଶା ଆକାଂକ୍ଷାରେ  ନିରବତା ଭରେ

    ଭାବନା ସରାଗି ରୋଷେ !


କାମନା ବାସନା ପ୍ରେମର ଯାତନା

     ହେଜ ଆହେ ପ୍ରେମୀଗଣ

ଶାସ୍ବତ ପ୍ରେମରେ ପବିତ୍ରତା ଭରେ

     ପ୍ରେମ ସଦା ପରିତ୍ରାଣ !


ପ୍ରେମ ସତ୍ୟ ଶିବ ପ୍ରେମ ସୁନ୍ଦରମ

    ସ୍ନେହଁର ଆଧାର ତ୍ୟାଗ

ତ୍ୟାଗପୂତ ପ୍ରେମ ଚିରନ୍ତନ ସତ୍ୟ

    ଯୁଗେଯୁଗେ  ଉପଯୋଗ୍ୟ  !


ସ୍ନେହଁ ଶ୍ରଦ୍ଧା ଉକ୍ତି ପ୍ରେମର ସ୍ଵିକୃତି

    ଅନୁଭବେ  ଅନୁଭୂତ

ପ୍ରେମ ସମ୍ପର୍କକୁ  ବାନ୍ଧି ରଖିବାକୁ

    ସ୍ଵାର୍ଥନୁହଁ  ଅଭିପ୍ରେତ !


ପ୍ରେମ ରୂପରେଖ କବିର ଆଲେଖ୍ୟ

      ନିଆରା  ଏ ଅଭିମତ

ଆହେ ପ୍ରେମପ୍ରେମୀ ଭବିଷ୍ୟତ ନିଧି

      ପ୍ରେମ ହୃଦୟକୁ ଜିତ  !

 


Rate this content
Log in

Similar oriya poem from Romance