STORYMIRROR

Kalish Chandra Parhi

Inspirational

4  

Kalish Chandra Parhi

Inspirational

ମଝିରେ ମଝିରେ ହେଜୁଥା

ମଝିରେ ମଝିରେ ହେଜୁଥା

1 min
454


ଧାଉଁଥାରେ ମନ ଧାଉଁଥା

ଯେତେ ଯା କରୁଛୁ କରୁଥା

ହେଲେ ମଶାଣୀର 

ଜୂଈଗାତ କଥା

        ମଝିରେ ମଝିରେ ହେଜୁଥା ।।

ଯେତେ ତୁ ତେଇଁବୁ ଡେଉଁଥା

ଯେତେବା ନାଚିବୁ ନାଚୁଥା

ଯେତେ ଦୁଃଖ ଦେଇ

ଆନକୁ ସୁଖତୁ

         ପାଇବାର କଥା ପାଉଥା ।

ହେଲେ ମଶାଣୀର

ଜୂଈଗାତ କଥା

         ମଝିରେ ମଝିରେ ହେଜୁଥା।।

ଯେତେ ଅଭିନୟ କରୁଥା

ମନଭରି ତୁହି ହସୁଥା

ଭୂଆଁ ବୁଲାଇକି

ସବୁରି ଆଖିରେ

         ଧୂଳି ଗୁଡା଼ ଖାଲି ଛାଟୁଥା।

ହେଲେ ମଶାଣୀର

ଜୂଈଗାତ କଥା

         ମଝିରେ ମଝିରେ ହେଜୁଥା।।

ଧରମକୁ ଠାର ମାରୁଥା

ପାପର ଗୋଲାମ ହୋଇଥା

ଓଠରେ ମଧୁର

ଅନ୍ତରେ ଜହର

          କପଟର ଜାଲ ବୁଣୁଥା।

ହେଲେ ମଶାଣୀର

ଜୂଈଗାତ କଥା

          ମଝିରେ ମଝିରେ ହେଜୁଥା।।

ଯେତେ ଯା ସପନ ଦେଖୁଥା

ଚୋରା ପୀରତିରେ ଭିଜୁଥା

ମନତଳେ ଯେତେ

ଅଳନ୍ଧୁ ଲୁଚାଇ

          ବାହାସ୍ଫୋଟ ଖାଲି ମାରୁଥା।

ହେଲେ ମଶାଣୀର

ଜୂଈ ଗାତ କଥା

          ମଝିରେ ମଝିରେ ହେଜୁଥା।।

ମଥାରେ ତିଳକ ମାରୁଥା

ପରଧନ ଖାଲି ଲୁଟୁଥା

ଜନ ସମାଜକୁ

ନିର୍ବୋଧ ବନାଇ

           ବିରାଡି଼ ବୈଷ୍ଣବ ସାଜୁଥା।

ହେଲେ ମଶାଣୀର

ଜୂଈଗାତ କଥା

          ମଝିରେ ମଝିରେ ହେଜୁଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational