ଅମୃତ ପ୍ରେମ
ଅମୃତ ପ୍ରେମ
ଏଇ ରାତ୍ରୀର
ଘନଅନ୍ଧାରେ
କିଏସେ ତରୁଣୀ କିଏ,
କରୁଣ କଣ୍ଠେ
ମୂର୍ଛନା ତୋଳି
ବିରହର ଗୀତିଗାଏ ।
ଲୀଳାମୟୀ ଏଇ
ଧରଣୀ ଅଙ୍କେ
କାଳିମାର ପଟୁଆର,
ଯେଦିଗେ ଚାହିଁଲେ
ଅନ୍ଧାର ଖାଲି
ନିବିଡ଼ ଅନ୍ଧକାର ।
କିଏ ସେହି ବିରହିଣୀ ?
ଜୀବନର ମୋହ
ଏଡା଼ଇ ଆସିଛି
ପ୍ରିୟ ବନ୍ଧୁର
ଅନୁରାଗ ଭରା
ବଂଶୀର ସ୍ବନ ଶୁଣି ।
ଝିଲ୍ଲୀବଧୂର
ବୀଣା-ଝଂକୃତ
ବୀଭାବରୀ-ଉଠେଗର୍ଜି,
ଜାଗ୍ରତଜନ
ହୃଦ-ଉପକଣ୍ଠେ
ନୂତନ-ଭାବନାସର୍ଜି ।
କାଳଦୂତିକା-ସେ
ହୁଙ୍କାର ଛାଡେ଼
ବିଟପୀ କୋଟରେଥାଇ,
ବଣ ଉହାଡ଼ରୁ
ବ୍ୟାଘ୍ର ହେଣ୍ଟାଳ
ଶୁଭୁଅଛି ରହିରହି ।
କଲା ଭୀରୁ ଚିତ୍କାର
ଏକାଳେ ଶୁଭିଲା
ସୃଷ୍ଟିର ସେହି
ମୋହନ ବଂଶୀ ସ୍ବର ।
ତରୁଣୀବରର
ମନ ଉପବନେ
ଫୁଟିଲା କୁସୁମ ଆଶା,
ପ୍ରେମ ଗଦ୍ ଗଦେ
ଅଧର ପୁଟରୁ
ନସ୍ଫୁରିଲା ଯହିଁ ଭାଷା ।
ଆଖିରତାରା-ତା
ଉଜ୍ବଳି ଉଠିଲା
ଦପ ଦପ ଦପ ହୋଇ,
ପ୍ରିୟ ବାନ୍ଧବ
ସଂକେତ କିବା
ବଂଶୀର ସ୍ବନ ଏହି।