Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

3  

Kalish Chandra Parhi

Others

ନାରୀ

ନାରୀ

1 min
7


ନାରୀ ଏକ ଭାବୋଚ୍ଛ୍ବାସ ଶବ୍ଦର-କାଉଁରୀ,

ନାରୀ ଏକ ସ୍ରୋତସ୍ବିନୀ ନଦୀର ଭଉଁରୀ।

ନାରୀ ଏକ ପ୍ରଭାତର ଛବିଳ ବର୍ଣ୍ଣାଳୀ,

ନାରୀ ଏକ ମଧ୍ୟାହ୍ନର-ମଧୁର-କାକଳୀ।

ନାରୀ ଏକ ଜଳସ୍ନାତା-ଶିଳାର-ଶିଉଳୀ,

ନାରୀ ଏକ ସାୟାହ୍ନର-ଅଲିଭା-ଦୀପାଳୀ।

ନାରୀ ଏକ ପ୍ରତିଭାର ପରିବ୍ୟାପ୍ତ ଆଭା,

ନାରୀ ଏକ ସୁଷମାର-ଅଲୌକିକ-ଶୋଭା।

ନାରୀ ଏକ ସର୍ବବ୍ୟାପୀ -ସତ୍ତାର-ପୁଲକ,

ନାରୀ ଏକ ପରିପୁର୍ଣ୍ଣ-ସୃଷ୍ଟିର-ଝଲକ।

ନାରୀ ଦିବ୍ୟ-ଆଭାମୟୀ ନାରୀ ସ୍ବୟଂସିଦ୍ଧା,

ନାରୀ-ନାରାୟଣୀ-ନାରୀ ଅଟଇ ବସୁଧା।

   


Rate this content
Log in