STORYMIRROR

Kalish Chandra Parhi

Thriller

3  

Kalish Chandra Parhi

Thriller

ସତ୍ତା ହରାଏ 'ମୁଁ' ତ୍ବ

ସତ୍ତା ହରାଏ 'ମୁଁ' ତ୍ବ

1 min
224

ନିର୍ଜନେ କେବେ ବସିଛ ବଂଧୁ

          ମୁକ୍ତ ଆକାଶ ତଳେ

ତାରକା ଖଚିତ ଚନ୍ଦ୍ର ଚକିତ

          ଚାରୁଜ୍ୟୋତ୍ସ୍ନାର କୋଳେ

ଆହାକି ପୁଲକ ଭରା,

ପ୍ରାଣ ସଂଚାରୀ ବାୟୁ ହିଲ୍ଲୋଳେ

          ହୋଇଛ ଆତ୍ମହରା ।।


ହଜିଯାଏ ଯହିଁ ଋଗ୍ଣ ଭାବନା

           ସତେଜତା ଆସେ ଭରି

ପ୍ରସାରିତ ହୁଏ ଦୃଷ୍ଟିର ସୀମା

           ପଥ ଲଙ୍ଘନ କରି

ସତ୍ତା ହରାଏ 'ମୁଁ' ତ୍ବ,

ଖୋଲିହୋଇଯାଏ ମୁଗ୍ଧ ଆବେଗେ

            ଜୀବନ ଗୀତାର ତତ୍ତ୍ବ ।।


ସ୍ନିଗ୍ଧ ଧରାର ଅତୁଳ ଛବି ଏ

             ମାନସେ-ଉଙ୍କିମାରେ

ଅମୃତମୟ ଲାଗେ ଏ ଜୀବନ

             ପୁଣ୍ୟ-ଜଳଧି ତୀରେ

ସିଦ୍ଧ ତାପସ-ସମ

ଚେତନା ଲଭଇ ନିର୍ବାଣ-ଯହିଁ

             ବିଶ୍ବାସ-କଳ୍ପଦ୍ରୁମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller