Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Action Thriller

5.0  

ବି. ନିରୁପମା

Romance Action Thriller

ଗାଆଁରେ ପଡ଼ିବ ହୁରି

ଗାଆଁରେ ପଡ଼ିବ ହୁରି

1 min
419




ଆଈମାଆ ମୋତେ ଡାକ ଛାଡ଼ିଲାଣି

ଚୁମୁକି ଚୁମୁକି ବୋଲି ,

ସେତିକିରେ ଥାଉ ଗପସପ ଆଜି

ଘରକୁ ମୁଁ ବାହାରିଲି ।


ସଞ୍ଜ ଆସି ପରା ଘଡ଼ିଏ ହେଲାଣି

ଆସିଛି ବାହାନା କରି ,

ଜାଣିଦେବେ ଯଦି ତମ ଆମ କଥା

ଗାଆଁରେ ପଡ଼ିବ ହୁରି ।


ମନ ହେଉଥିଲା ହାଇଁପାଇଁ ଖାଲି

ତୁମକୁ ଭେଟିବା ଲାଗି ,

କେତେ କଥା ପରା ଭାବି ରଖିଥିଲି

ତୁଚ୍ଛାରେ ଯା' ଗଲ ରାଗି ।


ତୁମେ ସିନା ମୋତେ ବୁଝାଇ କୁହନ୍ତ

ଓଲଟା କହୁଛି ମୁହିଁ ,

କେଡ଼େ ଶରଧାରେ 'ଚକୁଳି' ତିଆରି

ଆଣିଥିଲି ତୁମପାଇଁ ।


କେତେବେଳୁ ଆସି ଅପେକ୍ଷା କରିଛ

ତେଣୁ ଗରଗର ହୁଅ ,

ସବୁବେଳେ ଲୋକ ହାଉଯାଉ ଏଠି

ମୁଁ କିସ କରିବି କୁହ !!


ମନ ଦେଇଅଛି ତୁମକୁ ବୋଲି ତ

ସରାଗରେ ଧାଇଁ ଆସେ ,

କଥାରେ ଅଛି ପା' ଯା' ମନ ଯେଉଁଠି

କିଆ ଫୁଲ ପରି ବାସେ ।


ସେତିକିରେ ଥାଉ ରାଗ ରୁଷା ଆଜି

ଆଈ ଛାଡ଼ିଲାଣି ରଡ଼ି ,

ଗଲେ ତାକୁ ଏବେ କି ଉତ୍ତର ଦେବି

ଆସିଲାଣି ଚିନ୍ତା ମାଡ଼ି ।


Rate this content
Log in

Similar oriya poem from Romance