STORYMIRROR

Tapan Kumar Biswal

Romance Fantasy Thriller

4  

Tapan Kumar Biswal

Romance Fantasy Thriller

ହେ ଫଗୁଣ ତୁମେ

ହେ ଫଗୁଣ ତୁମେ

1 min
392

       


ଫଗୁଣ ଆଣିଛି   

ରଙ୍ଗର ପସରା

       ରଙ୍ଗ ଫିକା ଲାଗେ ଆଜି

କେଉଁଠି ହଜିଲା     

ରଙ୍ଗର ଅସ୍ତିତ୍ବ

       ଫଗୁଣ ପାଉନି ଖୋଜି ll


ଅସରନ୍ତି ଆଶା   

ହଜାରେ ସପନ

       ତା ସାଥିରେ କେତେ ଭାବ

ଫଗୁଣ ପାଖରେ  

ରଙ୍ଗ ଯଦି ନାହିଁ

       ତୁମେ ଆସିଲେ କି ଲାଭ ll


ମନେ ମନେ ଖୋଜେ     

ତୁମରି ପରଶ

        ସତେ କି ପାରୁନ ଜାଣି

ହେ ଫଗୁଣ ତୁମେ   

ଶୀଘ୍ର ଚାଲି ଆସ

        ଦିଅ ସାତରଙ୍ଗ ବୁଣି ll


ମନରେ ଉତ୍ସାହ  

ଭରିଦିଅ ତୁମେ

        ତୁମର ରଙ୍ଗ ଯାଦୁରେ

ପୁଲକିତ ହେଉ 

ଏ ବିଶ୍ୱ ଭୁବନ

       ଦେଖ ହେ ହୃଦ ଚକ୍ଷୁରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance