STORYMIRROR

Tapan Kumar Biswal

Children Stories Inspirational

3  

Tapan Kumar Biswal

Children Stories Inspirational

ଗଣ୍ଠିଲି

ଗଣ୍ଠିଲି

1 min
307


ପଥରେ ପଥିକଟିଏ ଚାଲୁଥିଲେ

ସାଥିରେ କିଛି ଥାଉ ବା ନଥାଉ

ସାଥିରେ ଥାଏ ଗୋଟିଏ ଗଣ୍ଠିଲି

କିନ୍ତୁ ଏବେ ଏସବୁ ସ୍ୱପ୍ନ ll


କିନ୍ତୁ ସେ ଗଣ୍ଠିଲିରେ କଣ ଅଛି

କେହି କେବେ ବି ଦେଖିନାହିଁ ବୋଧେ

ସେ ଯାହା ବି ହେଉ

ପଥିକର ଭାବନା ଭବିଷ୍ୟତ ଆଉ

ବିଶ୍ୱାସ ସହିତ ଯୋଡି ହୋଇଥାଏ ନିଶ୍ଚିତ ll


ବେଳେ ବେଳେ ଲୋକମାନେ ମଧ୍ୟ

ସନ୍ଦେହ ଦୃଷ୍ଟିରେ ଦେଖିବାପାଇଁ ପଛାନ୍ତି ନାହିଁ 

ଅନେକ ଟାହି ଟାପରା ମଧ୍ୟ

ସହିବାକୁ ପଡିଥାଏ ଏହି ଗଣ୍ଠିଲି ପାଇଁ ll


ବେଳେ ବେଳେ ମଧ୍ୟ ପାଗଳର ଆଖ୍ୟା

ଦେଇ ଥାନ୍ତି ଅନେକ ସମୟରେ

ତଥାପି ଏସବୁକୁ ଖାତିରି ନକରି

ଆଗେଇ ଚାଲିଥାଏ ନିଜର

ଗନ୍ତବ୍ୟ ପଥ ଅଭିମୁଖେ ll


ସମସ୍ତଙ୍କ ହୃଦୟ ସମାନ ନୁହେଁ

କେତେକ ମଧ୍ୟ ଭାବବିହ୍ଵଳ ହୋଇଯାନ୍ତି

ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥାନ୍ତି

ନିଜର ସକ୍ଷମ ଅନୁଯାୟୀ ll


କିନ୍ତୁ ଆଜିକାଲି ପଥରେ ପଥିକ  

ଦେଖିବା ପାଇଁ ମିଳୁ ନାହାଁନ୍ତି 

ଆଉ ଗଣ୍ଠିଲି ତ ସାତ ସ୍ୱପ୍ନ 

ଏହା ଯୁଗର ପରିବର୍ତ୍ତନ ହେଉ

ଅବା ବିଜ୍ଞାନର ଦୃଢ଼ ଅଗ୍ରଗତି

ହେଉ ଅବା ସାମାଜିକ ସ୍ତରରେ

ସମାଜର ଉନ୍ନତି

କିନ୍ତୁ ଏହା ଆଜି ବିଲୁପ୍ତ ପ୍ରାୟ

ଏହା ହିଁ ସତ୍ୟ ll


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍