STORYMIRROR

Tapan Kumar Biswal

Classics Inspirational Children

4  

Tapan Kumar Biswal

Classics Inspirational Children

କିଏ କହେ ହାତ ପାଦ ନାହିଁ ବୋଲି

କିଏ କହେ ହାତ ପାଦ ନାହିଁ ବୋଲି

1 min
240


କିଏ କହେ ହାତ ପାଦ ନାହିଁ ବୋଲି

    ଯିଏ କହେ ଦେଖିନାହିଁ

ସବୁ କିଛି ଦୃଶ୍ୟ ହୁଏନି ନେତ୍ରକୁ

   ଏ କଥା କେ ଜାଣିନାହିଁ ।


ଶବ୍ଦକୁ ନେତ୍ର ଦେଖି ଯେ ପାରେନା

   ତା' ବୋଲି କି ଶବ୍ଦ ନାହିଁ

କାନରେ ଶୁଣିଛ ଦେଖିନ ନେତ୍ରରେ

    ବିଶ୍ୱାସ କରୁଛ କାହିଁ ।।


ବଡ଼ ଯାଦୁଗର ସେ କଳା ଠାକୁର

    ମାୟା ତା'ର ଆଗୋଚର

ତା' ମାୟା ବୁଝିବା ପାଇଁ ଯେ ଉପାୟ

    ଶରଣ ନିଅ ହେ ତା'ର ।


ଚାରି ଯୁଗେ କେତେ ରୂପରେ ଆସିଛି

    କରିଅଛି କେତେ ଲୀଳା

ପୂର୍ଣ୍ଣ ବ୍ରହ୍ମ ରୂପେ ନୀରବେ ବସିଛି

   ଧରି ସେଇ ଷୋହଳ କଳା ।।


ପୂର୍ଣ୍ଣ ବ୍ରହ୍ମ ଯିଏ ଅପୂର୍ଣ୍ଣ କିପରି 

   କୁହ ହେ ଜଗତବାସୀ

ହୃଦୟ ନେତ୍ରରେ ଦେଖିବ ତା' ରୂପ

  ଭକ୍ତି ଭାବ ଥିଲେ ଆସି ।।


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics