STORYMIRROR

Tapan Kumar Biswal

Inspirational Children

3  

Tapan Kumar Biswal

Inspirational Children

ତୋ କଳା

ତୋ କଳା

1 min
203

ତୁମ କଳା ରଙ୍ଗ  ଦିଶୁଛି ସୁନ୍ଦର

  କହୁଛି ସାରା ସଂସାର

ସେଇ କଳା ରଙ୍ଗ  କା ଦେହେ ଲାଗିଲେ

   ବଦଳି ଯାଏ ନଜର ll


ତୁମରି କଳାରେ   କେଉଁ କଳା ଅଛି

   ସଭିଙ୍କୁ ଦିଶେ ସୁନ୍ଦର

ନିନ୍ଦା ଅପବାଦ   ହୋଇଯାଏ ଯୋଡି

   ଥିଲେ ଅନ୍ୟର ପାଶର ll


ଷୋହଳ କଳା ଯେ  ରଖିଛ ପାଖରେ

   କି କଳା ତୁମ ଦେହରେ

ସେଇ କଳା କିବା   ବଢାଏ ଗାରିମା

   କୁହ ହେ ମଣିମା ଥରେ ll


କଳା ରଙ୍ଗ ଭଲ   ପାଉଛୁରେ ବୋଲି

   ନାମ ରଖିଛୁ କାଳିଆ

ତୋ କଳାରୁ ଟିକେ  ଭରିଦେ ମୋ ଦେହେ

   ତୁ ପରା ନୀଳାଚଳିଆ ll


ଜଣା ତ ପଡିବ   କାହାର ଏ ଦୋଷ

    ରଙ୍ଗ ନା ନଜରର

ସେତେବେଳେ ଆଉ  ଦୋଷ ଯେ ନଥିବ

   ଭ୍ରମ ହୋଇଯିବ ଦୂର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational