STORYMIRROR

Tapan Kumar Biswal

Inspirational Children

4  

Tapan Kumar Biswal

Inspirational Children

ଭଲ ପିଲାଟିଏ ମୁହିଁ

ଭଲ ପିଲାଟିଏ ମୁହିଁ

1 min
430


ଫୁଲ ପରି ସିନା    କୋମଳ ଦିଶଇ

    ସରଳ ତାହାର ମନ ।

ଗୁରୁଜନେ ଭକ୍ତି  ଉତ୍ତମ ଚରିତ୍ର

   ସେହି ଶିଶୁ ଭାଗ୍ୟବାନ ।।


ଆଜିର ଯେ ଶିଶୁ    କାଲି ନାଗରିକ

     ଜାଣିଛି ଦେଶ ଦୁନିଆଁ ।

ସ୍ନେହ ଶ୍ରଦ୍ଧା ଭକ୍ତି   ଅନ୍ତରରେ ଥିଲେ

     ହେବ ନାହିଁ ଅମାନିଆଁ ll


ଛୋଟିଆ ବେଳରୁ   ଗଢ଼ିବ ଯେମିତି

     ଶିକ୍ଷା ଓ ସଂସ୍କାର ପାଇ ।

ବଡ଼ ହେଲେ ନିଶ୍ଚେ   ସେ ପଥେ ଚାଲିବ

       ଡରିବାର କିଛି ନାହିଁ ll


ନିଶ୍ଚେ ଦିନେ ପୁଣି     କହିବ ଜଗତ

    ତାହାପରି କେହି ନାହିଁ।

ସତ୍ୟ ଧର୍ମ ନ୍ୟାୟ     ମୂଳ ମନ୍ତ୍ର ମୋର

      ଭଲ ପିଲାଟିଏ ମୁହିଁ ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational