ତୁମେ କିପରି ଶକ୍ତ
ତୁମେ କିପରି ଶକ୍ତ
ତୁମେ ଶକ୍ତ
କେମିତି ଜାଣିଲ
ତୁମ ହାତର ତ ପାଞ୍ଚ ଆଙ୍ଗୁଠି
ଏବେବି ପୁଙ୍ଗୁଳା
ଆଉ ବିଚ୍ଛିନ୍ନ ହୋଇ ରହିଛି
ତେବେ ତୁମେ କିପରି ଶକ୍ତ ?
ତମେ କଣ ସତରେ ଶକ୍ତ
ମୋର କାହିଁ ବିଶ୍ୱାସ ହେଉନି
ତୁମେ ଏତେ ଭୟଭୀତ କାହିଁକି ?
କଣ ଭୁଲ କରିଛ ବୋଲି ଡ଼ରୁଛ
ନା ଭୁଲ କୁ ସଜାଡ଼ିବା ପାଇଁ
ଯଦି ଦୋଷ ତ୍ରୁଟି କୁ ସଂଶୋଧନ କରିବା ପାଇଁ
ତୁମ ପାଖରେ ସାହସ ନାହିଁ
ତେବେ ତୁମେ କିପରି ଶକ୍ତ ?
ସେ ଯାହାବି ହେଉ
କର୍ମ କ୍ଷେତ୍ରରେ ଖାଲି ମନ କଥା ନୁହେଁ
ବିବେକର ଆବଶ୍ୟକତା ରହିଛି
ତ
ାକୁ ସଠିକ ଭାବରେ
ସମ୍ପାଦନା କରିବା ପାଇଁ
ଯଦି ନୁହେଁ ତେବେ ତୁମେ
ଦୁର୍ବଳ ନିଶ୍ଚିତ l
ଯଦି ଭୁଲ କୁ ଭୁଲ
ଆଉ ଠିକ କୁ ଠିକ
କହିବାର ସାହସ ତୁମ ପାଖରେ ନାହିଁ
ତେବେ ତୁମେ ନିଶ୍ଚିତ ଭାବରେ
ଜଣେ କପଟୀ ସ୍ୱାର୍ଥବାଦୀ ନଚେତ ଭୟାଳୁ l
ତୁମର ଯଦି ଅନ୍ୟ ମାନଙ୍କ ପ୍ରତି
ସ୍ନେହ ଶ୍ରଦ୍ଧା ବିଶ୍ୱାସ ଆଉ ସମ୍ମାନ ନାହିଁ
ତେବେ ତୁମକୁ ମଧ୍ୟ ସେ ସବୁ ମିଳିନପାରେ
କାରଣ ଆକାଶରେ ତାରା ମାନେ
ରାତିରେ ଦେଖାଯାଆନ୍ତି ଦିନରେ ନୁହେଁ l