STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ପୁଷିତା ସେ ଏକ ସାମତର ରେଖାବହୁବ୍ର

ପୁଷିତା ସେ ଏକ ସାମତର ରେଖାବହୁବ୍ର

1 min
195

ପୁଷିତା

ସେ ଏକ ସାମତର ରେଖା

ବହୁବ୍ରୀହି ମିଳନର ଅନପେକ୍ଷିତ ଆକାଂକ୍ଷାରେ

ମସ୍‌ଗୁଲ୍ ଏକ ସବ୍‌ଇଂର୍ ଶାୟରୀ

ପ୍ରିତିପୁଷିତା ପ୍ରିୟା ମୋର କାଙବରୀ

ମେଘମେଖଳା ରୂପୀ କେଶବଲ୍ଲରୀ

ଅନୁପମ ସୌଦର୍ଯ୍ୟ-ନୈସର୍ଗିକ ଆଭା

ପ୍ରୀତିଝରା ରାତ୍ରିର ପତ୍ରେ ପତ୍ରେ

ଅକ୍ଟୋପସୀ ବଂଧନରେ ବିଲୀନ

ସ୍ଵପ୍ନଭରା ସେ ମାଦକ ଆକର୍ଷଣ

ରତିରଂଜିତା ସେ ଭୂବନ ମୋହିନୀ

ଏକ ବର୍ଷାଭିଜା ରାତିର ପ୍ରତିଟି ପ୍ରହରରେ

ନିତ୍ୟ ନୂତନ ପ୍ରୀତିପର୍ବ ମାଧ୍ୟାକର୍ଷଣଭରା

ଝିଙ୍କାରୀର ହିଁ ଝି ଶବ୍ଦ ସହ ଘନ ସାଂଦ୍ରତା

ଝରାଶେଫାଳୀର ମୃଣ୍ମୟୀ ଆଭାରେ ବିବର୍ତିତା

ଆସେ ସେ ପ୍ରେୟସୀ ନୁପୁରର ରୁଣୁଝୁଣୁ ଧ୍ୱନିରେ

ମୋହିନୀ ମୌସୁମୀର ବିଦାୟୀ ସୂର୍ଯ୍ୟାସ୍ତରେ

କରିବାକୁ ମନ ହରଣ ଓ ଶରୀର ଦଳନ

ଅତିମାନସର ଅତଦ୍ରିୟ ଚେତନାରେ

ଚିନ୍ତା ଓ ଦ୍ୟୋତନାର ବାନାନୀର ଭାସିଆସେ

ନୂତନ କାକଳୀର ଆହ୍ବାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract