ରାଧାରାଣୀ ଙ୍କ ବ୍ୟାକୁଳତା
ରାଧାରାଣୀ ଙ୍କ ବ୍ୟାକୁଳତା
ଦିନେ ରାଧାରାଣୀ ଦୂତିକି ଡ଼ାକି
କହନ୍ତି ଲୋ ସଖୀ ତୁ ଜାଣିଛୁ କି
କେଣେ ଯାଇଛନ୍ତି ମୋ କଳା କାହ୍ନୁ
ବଇଁଶୀ ଶୁଭୁ ନାହିଁ ବୃନ୍ଦାବନୁ ଯେ
ମନେ ଲାଗୁଅଛି ଭୟ ଯେ l
ଦୁଷ୍ଟ କଂସ କାଳେ ରାକ୍ଷସଙ୍କୁ ପେଶି
ମାରିବ ମୋ ପ୍ରାଣ ପ୍ରିୟ ଯେ
ଘରେ ଲାଗୁନାହିଁ ମୋହରି ମନ
ନ ଦେଖିଲା ଯାଏଁ ଚନ୍ଦ୍ର ବଦନ
ବୁଦ୍ଧି ବାଟ କିଛି ଦିଶୁ ଲୋ ନାହିଁ l
ଇଚ୍ଛା ହୁଏ ବନେ ଯାଆନ୍ତି ଧାଇଁ ଯେ
ଦେଖନ୍ତି ଧନକୁ ମୋର ଯେ
ନିନ୍ଦା ଗଞ୍ଜଣା ମୁଁ ସହିଲେ ତା ପାଇଁ
ମନେ ଦୁଃଖ ନାହିଁ ମୋର ଯେ ।
ଆଖିରୁ ଅନ୍ତର ଯେବେ ହୁଅଇ
ମୋ ମନକୁ ସିଏ ଯାଏ ଲୋ ନେଇ
ମନ ମୋହନ ମୋ ଗଳାର ମାଳି
କେମିତି ତାକୁ ମୁଁ ପାରିବି ଭୂଲି ଯେ
କହ ଲୋ ମତେ ଦୁତିକା ଯେ l
ଦୂତୀ କହେ ସଖୀ ଚିନ୍ତା ତୁ ନ କର
କାହ୍ନୁ ନାହିଁ ସେଠି ଏକା ଯେ
ସାଥିରେ ଅଛନ୍ତି ଗୋପାଳ ପୋଏ
ଘରକୁ ଫେରି ବେ ମିଶି ସଭିଏଁ
ଚାଲ ସଖି ଆମେ ଯମୁନା ଯିବା l
କଳସୀରେ ଜଳ ନେଇ ଆସିବା ଯେ
ଶୁଭିବ ବେଣୁ ଶବଦ ଯେ
ମନ ତୋର ସ୍ଥିର ହୋଇବ ଲୋ ସଖୀ
ଶୁଣିଲେ ବଇଁଶୀ ଶବ୍ଦ ଯେ l