STORYMIRROR

Tapan Kumar Biswal

Inspirational

4  

Tapan Kumar Biswal

Inspirational

ଦାଦନ

ଦାଦନ

1 min
261

   

ମନରେ ଅନେକ ଆଶା 

    ଆଖିରେ ଆଖିଏ ସପନ

ଏ ପରିସ୍ଥିତି ବାଧ୍ୟ କରୁଛି

    ମୋତେ ଖଟିବାକୁ ଦାଦନ ll


ଭୁଲି ଯାଇନି ମୁଁ ମୋ ଗାଆଁକୁ

     ପିଲା ଛୁଆ ପରିବାରକୁ

ମନେ ପଡେ ଯେ କରଜକୁ

     ବାଧ୍ୟ ଦାଦନ ଖଟିବାକୁ ll


ମୋ ସାଙ୍ଗ ସାଥି ମନେପଡେ

     ମୋ ଅମାନିଆ ମନ ପାଇଁ

ଦାରିଦ୍ର୍ୟତାର ଏ କଷଣ

     କପଳେ ମୋ ଭରିଛ ସାଇଁ ll


ମନରେ ଅନେକ ଯନ୍ତ୍ରଣା

     ତଥାପି ଓଠରେ ଏ ହସ

ସାମ୍ନା ଲୋକ ଜାଣିପାରେନା

     ମୁଁ ଯେ ଦାଦାନର ବଶ ll


ସହିଛି ସହିବି କଷଣ

      କଷ୍ଟ କରି ଅର୍ଜିବି ଧନ

ଭରିବି ସୁଖ ମୋ ସଂସାରେ

      ମୁଁ ନିଶ୍ଚେ କରିଅଛି ପଣ ll


ଏମିତି ଅନେକ ଭାବନା

     ନାହିଁ ସୁଖ ସୌଖୀନ୍ ଆଶା

ଏ ପରିସ୍ଥିତିର ଦାସ ମୁଁ

    ଏହା ତ ନୁହେଁ ମୋର ନିଶା ll


ଜୀବନ ଆଶାର କିରଣ

      ସବୁ ସ୍ମୃତି ଆଉ ସପନ

ତେଣୁ ମୁଁ ଖଟୁଛି ଦାଦନ

     ସମୟ ନିଶ୍ଚେ ବଳବାନ ll


       



साहित्याला गुण द्या
लॉग इन

Similar oriya poem from Inspirational