ଲକ୍ଷ ପଥ
ଲକ୍ଷ ପଥ
ସଂସାରର ବାଟ
ହୁଏତ ସରିଯାଇ ନପାରେ
ସାମ୍ନା ତ କରିବାକୁ ହୁଏ
ଅନେକ ଝଡ଼ ଝଞ୍ଜା
କିନ୍ତୁ ଡରିଯାଇ ଲକ୍ଷପଥରୁ
ଓହରି ଯିବା
ବୋକାମୀର ପରିଚୟ l
ଏ ଦୁନିଆରେ ଏମିତି
ଅନେକ ଅଛନ୍ତି
କେବେ ବି ତୁମକୁ
ସାହାଯ୍ୟ କରିନପାରନ୍ତି
ଥରଟିଏ ପାଇଁ କେବେହେଲେ
କିନ୍ତୁ ତୁମ ଲକ୍ଷପଥକୁ
ଭ୍ରମିତ କରିଥାନ୍ତି
ତୁମ ଅଗୋଚରରେ l
ଦୁନିଆରେ ସମସ୍ତେ ସମାନ ନୁହଁନ୍ତି
ଆଉ ସମସ୍ତେ ସ୍ୱାର୍ଥପର ବି ନୁହଁନ୍ତି
କେତେ ଜଣଙ୍କର ମିଠା ମିଠା କଥା
ଇନ୍ଧନ ଯୋଗାଇଥାଏ
ତୁମର ସେ ଲକ୍ଷପଥରେ
ସହଜରେ ପହଞ୍ଚିବା ପାଇଁ l
ଯଦି ତୁମେ ତୁମର ସଫଳତା
ସାଉଁଟିବା ପାଇଁ ବ୍ୟାକୁଳ ଅଛ
ତେବେ ମନ ସଂକଳ୍ପ ଆଉ ବିଶ୍ଵାସକୁ ଦୃଢ କର
ତେବେ ନିଶ୍ଚିତ ଭାବେ
ତୁମେ ତୁମର ଲକ୍ଷପଥରେ
ପହଞ୍ଚି ପାରିବ l
କିନ୍ତୁ ମନେ ରଖ
ସର୍ବଦା ସଫଳ ହେବାପାଇଁ
ଚେଷ୍ଟା ଜାରି ରଖିବ
ନଚେତ ତୁମର ବିଫଳତା ପାଇଁ
ଦୁନିଆ ହସିବା ପାଇଁ ମଧ୍ୟ
ପଛାଇବ ନାହିଁ l