STORYMIRROR

Tapan Kumar Biswal

Inspirational Others

4  

Tapan Kumar Biswal

Inspirational Others

କୃପାକର କୃପାମୟ

କୃପାକର କୃପାମୟ

1 min
421


କୃପାକର କୃପାମୟ

       ଦିଅ ହେ ଶରଣ

ତୁମ ବିନା ଏ ଜୀବନ

       ହେବ ଅକାରଣ ll


ଦୟାମୟ ଦୟାବିନା

       ଜୀବନ ଶ୍ମଶାନ

ଅଗତିର ଗତି ଆହେ

       ତୁମେ ପରଂବ୍ରହ୍ମ ll


ନୀଳଚକ୍ର ନେତ ତବ

       ଦେଖିଲେ ଚକ୍ଷୁରେ

ଗଙ୍ଗା ସ୍ନାନ ପୁଣ୍ୟ ପ୍ରାପ୍ତ

       ତୁମ ଆଶିଷ ରେ ll


କୋଟି ପାପ ଝଡି ଯାଏ

       ବେତ ପାହାରରେ

କୋଟି ତୃଷ୍ଣା ମେଣ୍ଟିଯାଏ

       ଟଙ୍କ ତୋରାଣୀରେ ll


ତୁମରି ପରଶ ମିଳେ

       କୋଟ ପୁଣ୍ୟ ବଳେ

ଅନାଥର ନାଥ ପ୍ରଭୁ

       ତୁମେ କାଳେ କାଳେ ll


କେତେ ନାମେ ଅଛ ପ୍ରଭୁ

       ଏ ଧରା ଧାମରେ

ତୁମ ପରି ଏତେ ପ୍ରିୟ

       ନାହିଁ ଏ ସଂସାରେ ll


ମାଗୁନାହିଁ ପ୍ରଭୁ କିଛି

       ଦିଅ ହେ ପରଶ

ନେତ୍ରେ ଦେଖି ଚକାଆଖି

       ସରୁ ମୋ ଆୟୁଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational