STORYMIRROR

Tapan Kumar Biswal

Children Stories Inspirational Children

3  

Tapan Kumar Biswal

Children Stories Inspirational Children

ଏମିତି ପଦେ

ଏମିତି ପଦେ

1 min
224

   


ମହକଇ ମାଟି ପାଇ ବରଷା ପରଶ

ମହୁମାଛି ହୁଏ ପ୍ରୀତ ଦେଖି ମଧୁ ରସ ll


ଶିଶୁ ନିଶ୍ଚେ ଯେ ସଂସ୍କାରୀ ମାତାର କୋଳରେ

ପିତାଙ୍କ ଆକଟ ମନେ ଭୟ ସୃଷ୍ଟି କରେ ll


ସାର୍ଥକ ଲଭିବ ପୁଷ୍ପ ପ୍ରଭୁଙ୍କ ମଥାରେ

ଆନନ୍ଦିତ ହୁଏ ନଦୀ ମିଶି ସମୁଦ୍ରରେ ll


ନିର୍ମଳ ଆକାଶେ ଉଜ୍ଜ୍ୱଳ ଦିଶନ୍ତି ଶଶୀ

କୋଟି ନକ୍ଷତ୍ର ହେବେ କି ସମ ଗଲେ ମିଶି ll


ମିଳେଇ ପରମ ତୃପ୍ତି ବିଭୂ ଦର୍ଶନରେ

ଅର୍ଜନ କରନ୍ତି ପୁଣ୍ୟ ନେତ୍ର ଯୁଗଳରେ ll


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍