ଏମିତି ପଦେ
ଏମିତି ପଦେ
1 min
219
ମହକଇ ମାଟି ପାଇ ବରଷା ପରଶ
ମହୁମାଛି ହୁଏ ପ୍ରୀତ ଦେଖି ମଧୁ ରସ ll
ଶିଶୁ ନିଶ୍ଚେ ଯେ ସଂସ୍କାରୀ ମାତାର କୋଳରେ
ପିତାଙ୍କ ଆକଟ ମନେ ଭୟ ସୃଷ୍ଟି କରେ ll
ସାର୍ଥକ ଲଭିବ ପୁଷ୍ପ ପ୍ରଭୁଙ୍କ ମଥାରେ
ଆନନ୍ଦିତ ହୁଏ ନଦୀ ମିଶି ସମୁଦ୍ରରେ ll
ନିର୍ମଳ ଆକାଶେ ଉଜ୍ଜ୍ୱଳ ଦିଶନ୍ତି ଶଶୀ
କୋଟି ନକ୍ଷତ୍ର ହେବେ କି ସମ ଗଲେ ମିଶି ll
ମିଳେଇ ପରମ ତୃପ୍ତି ବିଭୂ ଦର୍ଶନରେ
ଅର୍ଜନ କରନ୍ତି ପୁଣ୍ୟ ନେତ୍ର ଯୁଗଳରେ ll
