STORYMIRROR

Tapan Kumar Biswal

Classics Children

4  

Tapan Kumar Biswal

Classics Children

କହିବ କି ତୁମେ

କହିବ କି ତୁମେ

1 min
386


ହାତ ନାହିଁ ବୋଲି କହୁଛି ଜଗତ

ସେ ଷାଠିଏ ପଉଟି ଖାଏ କେମିତି

କହିଲା ବାଲା ତ ଅନେକ କହିବେ

ଆଉ କିଏ ଅଛି କୁହ ଦିଅଁ ଏମିତି ।।


କାନ ନାହିଁ ବୋଲି କହୁଛ କେମିତି

ସେ ଶୁଣୁଛି ଭକତ ମାନଙ୍କ ଦୁଃଖ

ତା ନାମ ଭଜିଲେ ପାରିହେବୁ ନିଶ୍ଚେ

ଆଉ କାଳ ନମାଡିବ ତୋର ପାଖ ।।


ତାର ପାଦ ନାହିଁ କିଏ ସେ ଦେଖିଛି

ସେ କେମିତି ଏ ବିଶ୍ୱ ଭ୍ରମଣ କରେ

ଜଗତର ନାଥ ବୋଲି ହୁରି ପଡେ

ଭବ ସାଗରରୁ ସିଏ ପାରି କରେ ।।


ଚକା ଆଖି ମେଲି ଚାହିଁଛି ଭକ୍ତଙ୍କୁ

କହିବ କି ତୁମେ କାହାର ସ୍ୱାର୍ଥରେ

ଭକ୍ତ ଭାବଗ୍ରାହୀ ଆହେ ଦୀନବନ୍ଧୁ

ତୁମ ଲୀଳା ଛାର ନର ବୁଝିପାରେ ।।


ବୁଝିବା ପାଇଁ କି ଲୋଡ଼ା ଭାବ ଭକ୍ତି

ପାଇବୁ ସୁଦୟା ଜୀବନେ ତୋହରି

ଏ ଘନ ଅନ୍ଧକାର ଯିବରେ ଦୂରେଇ

କରିବେ ସୁଦୟା ସେ ପ୍ରଭୁ ଶ୍ରୀହରି ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics