କହିବ କି ତୁମେ
କହିବ କି ତୁମେ
ହାତ ନାହିଁ ବୋଲି କହୁଛି ଜଗତ
ସେ ଷାଠିଏ ପଉଟି ଖାଏ କେମିତି
କହିଲା ବାଲା ତ ଅନେକ କହିବେ
ଆଉ କିଏ ଅଛି କୁହ ଦିଅଁ ଏମିତି ।।
କାନ ନାହିଁ ବୋଲି କହୁଛ କେମିତି
ସେ ଶୁଣୁଛି ଭକତ ମାନଙ୍କ ଦୁଃଖ
ତା ନାମ ଭଜିଲେ ପାରିହେବୁ ନିଶ୍ଚେ
ଆଉ କାଳ ନମାଡିବ ତୋର ପାଖ ।।
ତାର ପାଦ ନାହିଁ କିଏ ସେ ଦେଖିଛି
ସେ କେମିତି ଏ ବିଶ୍ୱ ଭ୍ରମଣ କରେ
ଜଗତର ନାଥ ବୋଲି ହୁରି ପଡେ
ଭବ ସାଗରରୁ ସିଏ ପାରି କରେ ।।
ଚକା ଆଖି ମେଲି ଚାହିଁଛି ଭକ୍ତଙ୍କୁ
କହିବ କି ତୁମେ କାହାର ସ୍ୱାର୍ଥରେ
ଭକ୍ତ ଭାବଗ୍ରାହୀ ଆହେ ଦୀନବନ୍ଧୁ
ତୁମ ଲୀଳା ଛାର ନର ବୁଝିପାରେ ।।
ବୁଝିବା ପାଇଁ କି ଲୋଡ଼ା ଭାବ ଭକ୍ତି
ପାଇବୁ ସୁଦୟା ଜୀବନେ ତୋହରି
ଏ ଘନ ଅନ୍ଧକାର ଯିବରେ ଦୂରେଇ
କରିବେ ସୁଦୟା ସେ ପ୍ରଭୁ ଶ୍ରୀହରି ।।