ମାଟି
ମାଟି
କାନ୍ତ କମନୀୟ
କାନନ ଆଳୟ
ନଭଶ୍ଚୁମ୍ବି ଗିିିରିଧାରୀ ।
ପ୍ରାଂଶୁ ଅଟ୍ଟାଳିକା
ଶକ୍ରଚାପ ଫିକା
ତା' ଆଗେ ଅଳକାପୁରୀ ।
ଶ୍ବେତ କୃଷ୍ଣବର୍ଣ୍ଣ
ସୁମନ ଯେସନ
ସପ୍ତରଙ୍ଗ ବସ୍ତ୍ରାଧାରୀ ।
କଳେବରେ ତା'ର
କୁନ୍ଦ ର ଯେ ହାର
ହେମ ହେମ ଅଂଶୁଧାରୀ ।
କୋଳେ ତା'ର ହସେ
ସ୍ରୋତସ୍ବିିନୀ ସତେ
ଅସିିିତ ର କେଶଧାରୀ ।
ଶତଦଳ ଆଉ
ହେମଶୈଳ ସାଥେ
ଅଟେ ବିଷ୍ଣୁପଦୀ ଧାରୀ ।
ଜୀବର ସେ ସାଥୀ
ନିର୍ଜୀବ ର ସାଥୀ
ସଭିିିଙ୍କର ଉପକାରୀ ।
ସଭିିିଙ୍କୁ ଦେଉଛି
ଭୋଜନ ସଦନ
ମାଟି ମାଆଟିଏ ପରି ।
ସୃଷ୍ଟିକାରୀ ସିିିଏ
ପାଳନକାରୀ ସେ
ସିଏ ଯେ ସଂହାରକାରୀ ।
ମାଟି ବିହୁନେ ଏ
ସସାଗରା ଧରା
ନୀର ବିନା ଝର ପରି ।