Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mahanta

Abstract Romance Tragedy

4.0  

Nibedita Mahanta

Abstract Romance Tragedy

ନାଲି ରକ୍ତ

ନାଲି ରକ୍ତ

1 min
209


ଅଗାଢ଼ ବିଶ୍ୱାସ ନେଇ

ଆସିଥିଲି ,

ସାଥିଟିଏ ହେବି

ତୋ ଚଲାପଥ ର  ।

ହାତ ଧରିି ଯିବାକୁ

ଚାହୁଁଁଥିଲି ,

ଜୀବନର ଶେଷ

ପାହାଚ ପର୍ଯ୍ୟନ୍ତ ।

ଅସୁମାରୀ ସ୍ବପ୍ନର

ରତ୍ନାକର ,

ଢେଉ ଭାଙ୍ଗୁଥିଲା

ଏହି ମନରେ ରହି ।

ଭାବିିିିଥିଲି ବାଟ କଢାଇବି

ନିିର୍ମୂୂୂୂୂଳୀ ଲଟା ର,

ଚଲାପଥେ

ଧ୍ରୁବ ତାରା ଟେ ହୋଇ ।

ଦୁୁଃଖ ସୁଖର ତୋର ଏ

ସଦନ କୁ ,

ଚାହୁୁଁଥିଲି

ବୈକୁୁଣ୍ଠ କରିିିବାକୁ ।

ହେଲେ, ତୁ ଆନେ

ଚାହିଁଥିଲୁୁ ,

ବୋଧେ ଜୀବନର

ସାଥି କରିବାକୁ ।

ଆଶା କରିିଥିଲି ମୁୁୁହିଁ

ତୋ ଠାରୁ ,

ସିିିନ୍ଥି ରେ ନାଲି

ସିିିନ୍ଦୁର ର ଗାର ।

ତେଣୁ ବୋଧେ ,

ଉପହାର ଦେଲୁ

ମୋତେ ତୁୁୁୁହି ,

କେଇ ବୁନ୍ଦା

ନାଲି ରକ୍ତର ଯେ ଧାର ।


   


Rate this content
Log in

Similar oriya poem from Abstract