ଅଫୁଟା ଫୁଲ
ଅଫୁଟା ଫୁଲ
ଦିଗନ୍ତ ବିସ୍ତାରୀ
ସୀମାହୀନ ବାରି
ଅସୀମିତ କାଳ ବକ୍ଷେ ।
ଆୟୁଷ ଆହୁଲେ
ଆହୁଲା ମାରି ସେ
ବିଚିିିତ୍ର ଦୁନିଆ ଦେଖେ ।
ବୁଝିିପାରେନି ତା'
କ୍ଷୁୁୁଦ୍ର ମସ୍ତିଷ୍କରେ
ଭିନ୍ନ କଳ୍ପନାରେ ଭାସେ ।
କଳ୍ପନାର ଏହି
ତୈଳଚିତ୍ର ପଟ୍ଟେ
ମନକଥା ଆଙ୍କି ବସେ ।
କେତେ ତା' ନିଦାନ
ପୁଣି କେତେ ସ୍ବପ୍ନ
ଆଉ କେତେ ତା'ର ମନ ।
ଗଢ଼ି ତୋଳିବ କି
ଏ ଦୁୁୁନିିିଆ ରେ ସତେ
ଦ୍ବିତୀୟ ଏକ ଗଗନ ।
କାଳର କରାଳ
ବିକଟାଳ ରୂପ
କରିଦେଲା ସବୁ ଛିିନ୍ନ ।
ଏତେ ନିର୍ଦ୍ଦୟ ଯେ
କିପରି ହୋଇଲା
ଭାଙ୍ଗିଦେଲ ତା'ର ସ୍ବପ୍ନ ।
ଭାବିିିଥିଲା ସିଏ
ବିଶ୍ବେ ମହକିବ
ସୁବାସିତ ସୁୁମ ହୋଇ ।
ହେଲେ ,
ଫୁଟିିିବା ଆଗରୁ
ଝରିପଡିଲା ସେ
ଅଫୁଟା ଫୁୁୁଲ ଟେ ହୋଇ ।
