ଅନ୍ଧକାର
ଅନ୍ଧକାର
ଏ ଜୀବନ ମୋର
ହେଲା ଯେ ଅନ୍ଧାର
ଦେଖାଯାଉନି ସେପାର ।
କିଏ ଆସି ପୁଣିି
ଠକ୍ ଠକ୍ କରି
ମନେ ସୃଷ୍ଟି କରେ ଡ଼ର ।
ଲୋକଙ୍କ କାମ ତ
ତାତ୍ସଲ୍ୟ କରିିବା
ତୁମେ ବଞ୍ଚ ଅବା ମର ।
ଦୁଃଖ ଶୁଣିବାକୁ
କେହି ନାହିଁ ଏଠି
ସଭିିଏଁ ଏଠି ଚକୋର ।
କାର୍ଯ୍ୟ ହେଲା ପରେ
ଛାଡ଼ି ଚାଲିଯିିିବେ
କହିିିବେ ତୁମେ ଯେ ପର ।
ଚିହ୍ନି ନାହୁଁ କି
ଜାଣି ନାହୁଁ ଆମେ
ତୁମେ ଯାଅ ଅନ୍ୟ ଦ୍ୱାର ।
ଆନେ କି କହିବି
ନିଜ ଲୋକ ଯେବେ
କରିିିଦେଲା ମୋତେ ଦୂୂୂର ।
ଏପଟ କୂଳ ବି
ଦେଖାଯାଉ ନାହିଁ
କିପରି ରଖେ ପୟର ।
ସତେକି ପାଲଟି
ଗଲି ମୁହିିଁ ଆଜି
ଜଡ଼ କି ସେହି ପଥର ।
ହୃଦୟ କମ୍ପୁଛି
ଦେଖି ଦେଲା ପରେ
ଭାଗ୍ୟର ସେ ଅନ୍ଧକାର ।
