ମାଟି ଘର
ମାଟି ଘର
ହୃଦୟେ ତାହାର
ଭରି ରହିିଅଛି
କେତେ ଯେ ଦୁଃଖ ବେଦନା ।
ସହି ପାରୁନି କି
କହି ପାରୁନି ସେ
କା' ଆଗେ ତା'ର ଯାତନା ।
କିଏ ଆଉ ଅଛି
ତା' ପାଖରେ ଆଜି
ଧ୍ୟାନ ରଖିବାକୁ ତା'ର ।
ଅଡ଼ୁଆ ବାଳକୁ
ସଜାଡିବ କିିଏ
ସିଏ ପରା ମାଟି ଘର ।
ଆନନ୍ଦେ ସଭିଙ୍କୁୁ
କୋଳେ ଧରିଥିଲା
କାହାକୁ ମଣିନି ହେୟ ।
କେବେ ଥିଲା ସିଏ
ସଭିଙ୍କର ପ୍ରିୟ
ଏବେ ଯେ ହେଲା ଅପ୍ରିୟ ।
ସୁଖ ଦୁଃଖରେ ଯେ
ସାହାରା ଥିଲା ସେ
କରିଦେଲ ତା'କୁ ପର ।
ମିଳିିିଗଲା ବୋଲି
ରାଜା ର ମହଲ
ଭୁଲିିିଲ ସେ ମାଟି ଘର ।
କଳେବରେ ତା'ର
ଚିତା ଆଙ୍କୁଥିଲ
କେତେ ଆଡମ୍ବରେ ସତେ ।
ଭାବିିି ନ ଥିଲା ସେ
ଛାଡି ଯିିିବ ଦିନେ
ଆସିବନି ତା' ନିକଟେ ।
ଜୀର୍ଣ୍ଣ ତନୁ ଧରି
ଗାଁ ମୁଣ୍ଡେ ରହି
ଆଜି, ଝୁୁୁରେ ଅତୀତର କଥା ।
ମାଟି ଘର କାଇଁ
ହେଲା ବୋଲି ସିଏ
ଶୂନ୍ୟେ ବାଡାଏ ତା' ମଥା ।