ଅମାବାସ୍ୟା ର ଚନ୍ଦ୍ର
ଅମାବାସ୍ୟା ର ଚନ୍ଦ୍ର
ଦ୍ରୁତ କପଟତା
ଐନ୍ଦ୍ର ଜାଲିକତା
ଛଳନାର ଏହି ବକ୍ଷେ ।
ପୂର୍ଣ୍ଣିମା ରାତ୍ରୀ ବି
ଅମାବାସ୍ୟା ଲାଗେ
ଯେବେ ନୃଶଂସତା ଦେଖେ ।
କୋଟି କୋଟି ଚକ୍ଷୁ
ଭ୍ରମେ ଆଜି ଏଠି
ସାଧୁତା ର ମୁଖାପିନ୍ଧି ।
ସତ୍ୟତା ନ ଜାଣି
ବିଶ୍ୱାସ କରିଲେ
ଭ୍ରମେ ହୋଇ ଯିବ ଛନ୍ଦି ।
ନାରୀ ର ସମ୍ମାନ
ପରିବର୍ତ୍ତେ ସେହି
ଅସମ୍ମାନ ରଖେ ଜାରି ।
ସତେକି ସେଥିରେ
ଖୁସି ମିଳେ ତା'କୁ
ସ୍ବର୍ଗ ପ୍ରାପ୍ତି ହେଲା ପରି ।
କେମିତି ରହିିିବ
ଏ ଧରାରେ ତେବେ
ନିର୍ଭୟରେ ଏହି ନାରୀ ।
କିପରି କରିବ
ପାପୀକୁ ସଂହାର
ହୋଇ ସେ ସଂହାରକାରୀ ।
ହେ ଅବତାରୀ ତୁମେ
ସେ ଆଶିଷ ଦିଅ
ନାରୀ କରେ ଯେ ଗୁୁୁୁୁୁହାରୀ ।
ଆନ ଠାରୁ ଆଶା
ରଖିଲେ ଯେ ହେବ
ଅମାବାସ୍ୟା ଚନ୍ଦ୍ର ପରିି ।