Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nibedita Mahanta

Tragedy Inspirational

4.0  

Nibedita Mahanta

Tragedy Inspirational

ଭୁଲ ଠିକଣା

ଭୁଲ ଠିକଣା

1 min
183


ଅବନୀ କୋଳରେ

ପାଲଟେ ମୁଁଁ ଆଜି

ନୀଡ଼ ହୀନ ପକ୍ଷୀଟିଏ ।

ଲକ୍ଷେ ଲକ୍ଷ୍ୟ ମଧ୍ୟେ

ହୋଇଯାଇଛି ମୁଁଁ

ଲକ୍ଷ୍ୟଚ୍ୟୁତ ପ୍ରାଣୀଟିଏ ।

ବନ୍ଧୁତ୍ୱ ଠାରୁ ଯେ

ଭରସା ଉଠିଲା

ତାଙ୍କର ସେ କର୍ମ ପାଇଁଁ ।

ଭାବିନଥିଲି ମୁଁ

ଏତେ ସ୍ୱାର୍ଥପର

ହୋଇଯିବେ ଧନ ପାଇଁ ।

ଏହି ଜୀବନର

ଦୁଃଖ ସୁଖ ସବୁୁ

ବାଣ୍ଟୁୁୁଥିଲି ଯାହା ସାଥେ ।

ଅଧାବାଟେ ସେ ବି

ଛାଡ଼ି ଚାଲିଗଲା

ମାୟାକାନନର ପଥେ ।

କାହାକୁ କରିବି

ବିଶ୍ୱାସ ଭରସା

ଜାଣିପାରୁ ନାହିଁ ମୁହିଁ ।

ଇଚ୍ଛା କରୁୁ ନାହିଁ

ରହିିିବାକୁ ଆଉ

ଚାତକ ପରି ଯେ ଚାହିଁ ।

ଜୀଗମିଷୁ ଆଜି

ମୋହ ମାୟା ଛାଡ଼ି

ଈଶ୍ୱରଙ୍କ ସନ୍ଧାନରେ ।

ପ୍ରଶ୍ନ ମୁଁ କରିବି

କାଇଁ ଛାଡ଼଼ି଼ଦେଲେ

ମୋତେ ଭୁଲ ଠିିିକଣାରେ ।



Rate this content
Log in