Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mahanta

Abstract Tragedy Inspirational

4.3  

Nibedita Mahanta

Abstract Tragedy Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
283


ସମୟର ମନେ ଆଜି

ଉଠେ ଏକ ପ୍ରଶ୍ନ  ।

ଖରାପ ମୁୁୁହିିଁ କି ସେହି

ମନୁଷ୍ୟର ମନ ?

ନିଜ କର୍ମ ଫଳ ସିଏ

ନିଜେ ଭଗୁ ଅଛି ।

ତଥାପି କହୁଛି ସବୁ

ସମୟ କରିିିଛି  ।

ସବୁବେଳେ ମୋତେ ସିିିଏ

ହେଳା ଯେ କରିିିଲା ।

ତଥାପି କହୁଛି ଭଲ

ସମୟ ଚାଲିଗଲା ।

ମଣିଷ ମୋହର କେବେ

ମୂଲ୍ୟ ବୁଝିଲାନି ।

ସତେକି ମୁଁ ତାହାର

ଦାୟିତ୍ୱ ନେଇନି ।

ଏତେ ହୀନ ମନ୍ଯ ମୋତେ

କାହିଁକି ସେ କରେ ।

ସୁଖେ ପ୍ରଶଂସିତ ପୁଣି

ଦୁଃଖେ ନିନ୍ଦା କରେ  ।

କି ପାପ କରିଥିଲି ମୁହିଁ

କେବେ କେଉଁଁ କାଳେ ?

ସେ ପାପର ପ୍ରାୟଶ୍ଚିତ

ଚାହେଁ ମୁଁ ଏ କାଳେ ।

ପ୍ରାୟଶ୍ଚିତ ଲୋଡ଼ା ମୋର

ଅବା ମଣିଷର ।

ଖୋଜି ଖୋଜି ପାଉନି ମୁଁ

ତାହାର ଉତ୍ତର ।

ଅସହ୍ୟ ହେଉଛି ତା'ର

ନିନ୍ଦା ଓ ଲାଞ୍ଚ୍ଛନା ।

ପୂରଣ କର ଠାକୁର

ମୋ ମନସ୍କାମନା ।



Rate this content
Log in