ହେ ପ୍ରିୟତମା
ହେ ପ୍ରିୟତମା
ପ୍ରଭାତି ଅଂଶୁର ଅଂଶୁମାଳି ସହ
ଚାନ୍ଦିନୀ ରାତିର ଯୋଛନା ଦେଇ ।
ତୁମେ ଆସିଥିଲ ମୋ ହୃଦୟେ
କ୍ଷୁୁୁଦ୍ର କଳିକାଟେ ହୋଇ ।
ପ୍ରୀତି ରଙ୍ଗେ ରଙ୍ଗାୟିତ ହେବା ଆଗରୁ
ତୁମେ ଚାଲିିିଗଲ ବିଦାୟ ନେଇ ।
ହେଲେ , ଯିିବା ଆଗରୁ ଫୁଟି ସାରିିଥିଲ
ସୁଢଳ ପୁଷ୍ପଟେ ହୋଇ ।
କେମିତି ବିିଶ୍ୱାସ କରିିିଥା'ନ୍ତି
ତୁମର ଏ କଥା କେଇପଦେ ।
ତୁମେ ମେଲାଣି ନେଉଛ ମୋ ଠୁ
ଆଜି ବିିନା ପ୍ରତିିିବାଦେ ।
ଏବେବି କର୍ଣ୍ଣେ ଶୁଭେ ତବ
ବିବାହର ସମ୍ବାଦ ।
ସତେକି ଝାଉଁଳି ପଡେ ସେହିି
କଦମ୍ବ ସମ ହୃଦ ।
ନୟନ ପାଲଟିିଗଲା
ଅତଳ ଗର୍ଭା ରତ୍ନାକର ।
କ୍ଷଣିକେ ମାଡିଉଠିିିଲା ସେଠି
ପୂର୍ଣ୍ଣିମାର ଜୁଆର ।
ବହିଗଲା ଖୋରସ୍ରୋତା
ପାହାଡିିିଆ ନିର୍ଝରିିଣୀ ଭଳି ।
ଅନବରତ ଭାବେ ଝରିଚାଲିଲା
ସୁକୋମଳ ଗାଲ ଦେଇ ।
ଆଉ ସେ ହୃଦୟର କଥା
କ'ଣ ଯେ କହିବି ?
କାଚ ଭଳି ଖଣ୍ଡ ଖଣ୍ଡ ହୋଇ
ପଡିଗଲା ମସୃଣ ଚଟାଣ ଉପରେ ।
ତା'କୁ ସାଉଁଟି ନେବାକୁ
ମୋ ପାଖେ ଶକ୍ତି ନାହିଁ ।
ହୃଦ ପାଲଟିି ଯାଇଥିଲା
ଏକ ଅସମାପ୍ତ ରଣକ୍ଷେତ୍ର ।
ଯୁଦ୍ଧ ପରେ ବି ତୁୁମର ସେ
କମନୀୟ ପୁଷ୍ପ ରୂପ ।
ସତେକି ଢ଼ଳ ଢ଼ଳ ହୋଇ ଖେଳୁଛି
ମୋ ହୃଦ ରୂୂପି ସରୋବରେ ।
ତୁମେ ଅଗ୍ନିକୁ ସାକ୍ଷୀ ରଖି
ବାନ୍ଧି ହେଲ ସାତଜନ୍ମର ବନ୍ଧନେ ।
ତଥାପି କାହିଁକି ଲାଗେ
ତୁମେ ଫେରି ଆସିବ
ମୋର ଏ ହୃଦୟ କଦମ୍ବ ବନେ ।
ହେ ପ୍ରିୟତମା ,
ତୁମେ କେବେ ଆସିବ
ମୋର ଅପେକ୍ଷାର ଅନ୍ତ ଘଟାଇ ।
ଆଉ ଏ ହୃଦ ସାଗରେ
କେବେ ଭାସିିିବ
ଦିଗହୀନ ତରଙ୍ଗିଣୀଟେ ହୋଇ ।