STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ସଳିତା

ସଳିତା

1 min
261


ସଳିତାର ମନ ନେଇ ଚିରକାଳ ଜଳିଲି ତିମିରେ 

ଚନ୍ଦ୍ରମା ହୋଇ ମୁଁ ପାରିଲି ନାହିଁ ଏ ବିଶାଳ ମହୀରେ। 


ଆନ ଲାଗି ଜଳି ଜଳି କ୍ଷଣ କ୍ଷଣ ହୋଇଗଲି ନିଃସ୍ବ 

ସେଥିପାଇଁ ନାହିଁ ମୋର ଲେଶ ମାତ୍ର କ୍ଲେଶ। 


ସୀମିତ ଆଲୋକେ ମୋର କରି ଜନଗଣେ ଉଦଭାସିତ 

ଦୈନ୍ୟ ଦୁଃଖ ଯନ୍ତ୍ରଣାରେ ଅକାଳରେ ହୋଇଗଲି ଦଗ୍ଧ। 


ନିଜ ପାଇଁ ଭାବିବାକୁ ପାଇନାହିଁ ଦଣ୍ଡେ ଅବକାଶ 

ସେପାଇଁ କରି ନାହିଁ କେବେ ତିଳେ ଅବଶୋଷ। 


ଦୁଃଖ ମାତ୍ର ଟିକେ ଏ ଜୀବନେ ରହିଗଲା ମୋର 

ଏତେ ସବୁ ତ୍ଯାଗ ପରେ ନଲଭିଲି ସାମାନ୍ୟ ଆଦର। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics