STORYMIRROR

SACHALA GURU

Classics

3  

SACHALA GURU

Classics

ପାଦ

ପାଦ

1 min
232

 ପୁରାଣ ବର୍ଣ୍ଣିତ ଗୁରୁଙ୍କ କଥିତ  

    ଅଛି ପାଦର ମହତ୍ୱ 

 ନାରାୟଣଙ୍କର ପାଦ ପଙ୍କଜ ରେ 

     ଥିଲା ଲଷ୍ମୀଙ୍କର ଚିତ୍ତ l1l

  ରାମଚନ୍ଦ୍ରଙ୍କର ଚରଣl ବିନ୍ଦରେ 

     ସୀତା ମାତାଙ୍କର ଭକ୍ତି 

 ଭ୍ରାତା ଭରତର ଅମ୍ଲାନ କଳ୍ପିତ 

    ପଦ୍ମପାଦେ ଅଛି ଶକ୍ତି l2l

  କୃଷ୍ଣ ଚନ୍ଦ୍ରଙ୍କର ଚରଣ କମଳେ 

    ଭକ୍ତ ସୁଦାମଙ୍କ ନିଷ୍ଠା 

 ଗୋପୀ ଗୋପାଙ୍ଗନା ରାଧିକାର ସିନା 

    ଅଛି ଭକ୍ତି ପରାକାଷ୍ଠା l3l

 ସଂସାର ର ମାର୍ଗ ସୁଗମ ର ମର୍ମ 

   ଥିଲେ ପ୍ରଭୁ ଠାରେ ଲୟ 

 ତାଙ୍କ ପାଦ ପଦ୍ମେ ନିବିଡ଼ତା ରଖି 

   କେବେ ରହେନାହିଁ ଭୟ l 4l

  ଜୀବନ ମରଣ ଅଳିକ ସଂସାର 

    ଅନ୍ଧାରେ ଆଲୋକ ଥାଇ 

  ସଦଗୁରୁ ଙ୍କର ଚରଣ ପଙ୍କଜ 

   ମଥାରେ ନେବୁ ତୁ ବୋହି l5l

  ପିତା ମାତା ପ୍ରତି ଗୁରୂ ସାଧୁ କତି 

ତାଙ୍କ ପାଦେ କରି ନିଷ୍ଠା 

  ଭବ ପାରାଵାରୁ ତରିଯିବୁ ତୁହି 

   ହେବ ତୋ ପ୍ରାଣ ପ୍ରତିଷ୍ଠା l6l

  ଗୁରୂ ଗୁରୁଜନ ସାଧୁ ସନ୍ଥ ମାନ 

    ପାଦରେ ପ୍ରଣାମ କରି 

  ବିଦ୍ୟା ଜ୍ଞାନ ଧ୍ୟାନ ଶକ୍ତି ପ୍ରତି ଦାନ 

    ରହିଥାଏ ମନେ ଭରି l7l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Classics