ପାଦ
ପାଦ
ପୁରାଣ ବର୍ଣ୍ଣିତ ଗୁରୁଙ୍କ କଥିତ
ଅଛି ପାଦର ମହତ୍ୱ
ନାରାୟଣଙ୍କର ପାଦ ପଙ୍କଜ ରେ
ଥିଲା ଲଷ୍ମୀଙ୍କର ଚିତ୍ତ l1l
ରାମଚନ୍ଦ୍ରଙ୍କର ଚରଣl ବିନ୍ଦରେ
ସୀତା ମାତାଙ୍କର ଭକ୍ତି
ଭ୍ରାତା ଭରତର ଅମ୍ଲାନ କଳ୍ପିତ
ପଦ୍ମପାଦେ ଅଛି ଶକ୍ତି l2l
କୃଷ୍ଣ ଚନ୍ଦ୍ରଙ୍କର ଚରଣ କମଳେ
ଭକ୍ତ ସୁଦାମଙ୍କ ନିଷ୍ଠା
ଗୋପୀ ଗୋପାଙ୍ଗନା ରାଧିକାର ସିନା
ଅଛି ଭକ୍ତି ପରାକାଷ୍ଠା l3l
ସଂସାର ର ମାର୍ଗ ସୁଗମ ର ମର୍ମ
ଥିଲେ ପ୍ରଭୁ ଠାରେ
ଲୟ
ତାଙ୍କ ପାଦ ପଦ୍ମେ ନିବିଡ଼ତା ରଖି
କେବେ ରହେନାହିଁ ଭୟ l 4l
ଜୀବନ ମରଣ ଅଳିକ ସଂସାର
ଅନ୍ଧାରେ ଆଲୋକ ଥାଇ
ସଦଗୁରୁ ଙ୍କର ଚରଣ ପଙ୍କଜ
ମଥାରେ ନେବୁ ତୁ ବୋହି l5l
ପିତା ମାତା ପ୍ରତି ଗୁରୂ ସାଧୁ କତି
ତାଙ୍କ ପାଦେ କରି ନିଷ୍ଠା
ଭବ ପାରାଵାରୁ ତରିଯିବୁ ତୁହି
ହେବ ତୋ ପ୍ରାଣ ପ୍ରତିଷ୍ଠା l6l
ଗୁରୂ ଗୁରୁଜନ ସାଧୁ ସନ୍ଥ ମାନ
ପାଦରେ ପ୍ରଣାମ କରି
ବିଦ୍ୟା ଜ୍ଞାନ ଧ୍ୟାନ ଶକ୍ତି ପ୍ରତି ଦାନ
ରହିଥାଏ ମନେ ଭରି l7l