ବଳତ୍କାର
ବଳତ୍କାର
ମାୟାଘେରା ଘନ ଅନ୍ଧକାର ଭିତରେ
ନାରୀଟିଏ ସୁରକ୍ଷାର ପଥ ଖୋଜିବୁଲେ
ନର ହନ୍ତା କାରୀ କାମନାର ମୋହରେ
ଇନ୍ଦ୍ରଜାଲେ ଅସହାୟ ହୋଇଚାଲେ ll
ଅସୁମାରୀ ଆଶାର ଆଲୋକ
କ୍ଷଣକରେ ଚୁରମାର ହୋଇ
ରାକ୍ଷସ ରୂପୀ ନର ଶୋଷଣର
ନିମିଷକେ ତାର ଜୀବନ କୁ କରେ କ୍ଷୀର୍ଣ୍ଣ ଭିନ୍ନ ll
ବର୍ତ୍ତମାନ ଘଡି ସନ୍ଧି ମୁହୂର୍ତ୍ତରେ କେବଳ
ନାରୀ ସୁରକ୍ଷାର ହାହାକାର
ନାହିଁ ତାର ବିବେକର ଥଳକୁଳ
କାମନାର ମୋହରେ ପଡି
ନାରୀ ହେଲା ବଳତ୍କାର?
ଯେଉଁ ନାରୀ ଲାଗି ସୃଷ୍ଟିର ସ୍ଥିତି
ବଞ୍ଚି ରହିଛି ସୃଷ୍ଟିର ଆଦ୍ୟରୁ
ତାହାରି ପାଇଁଏହି ପରିସ୍ଥିତି?
ନିରୁପାୟ ହେଲା କାହିଁକି?
ତାହାକୁ କରାଗଲା ବଳାତ୍କାର!
ଯିଏ ସୃଷ୍ଟିର ମୂଳଧୁଆ
ଯେ ପ୍ରତିଟି ନାରୀ ପୁରୁଷର
ଜନ୍ମଦାତ୍ରୀ
ସେ ବିଶ୍ୱ ସୃଷ୍ଟିର ମହିୟସୀ, ଗାରିମାମୟୀ
ତା 'ପ୍ରତି ଅନ୍ୟାୟ, ଅତ୍ୟାଚାର
ଆଉ ବଳାତ୍କାର !
