STORYMIRROR

SACHALA GURU

Abstract Tragedy

3  

SACHALA GURU

Abstract Tragedy

ସମୟ

ସମୟ

1 min
252

ଆଜି ସମୟଟା କେତେ ବଦଳିଛି

ହେଲେ ସମୟ କିପରି ବଦଳେ?

ତାକୁତ ଛୁଇଁ ହୁଏ ନାହିଁ କି ଦେଖି ହୁଏ ନାହିଁ

ତା' ହେଲେ ସମ୍ଭବ କିପରି?

ଭାବି ଭାବି ଥକିଗଲି

ଓଲଟ ପାଲଟ ମନଟା ଅସ୍ଥିର

ଜେଜେ ବାପା ପାକୁଆ ପାଟିରୁ

ଖନି ଖନି କଥା କେବଳ

ଅନୁଭବ ଓ ଅନୁଶୋଚନାରେ ଜାଣି ହୁଏ

ସତେ, ଜେଜେ, ହଁ ଆମେ ବଦଳୁଛେ

କି କହୁଛେ ସମୟ ବଦଳିଛି

ଆଜି ବଦଳିଛି ସମୀରଣ

ଆଜି ହଜାଇଛି ଜଳ ତା'ର ନିର୍ମଳତା

ଏହା କଣ ସମୟର ଉପହାର?

ସମୟ କି ଆମର ଶିଷ୍ଟାଚାର ପାଇଁ ଦାୟୀ?

ନା ଆମେ ଦୂଷିତ କରୁଛେ

ଖୁବ ଜୋରେ ଜୋରେ କହିଲି

ବୁଝିଗଲି ବୁଝିଗଲି

ସତରେ ସମୟର ଉପଯୋଗ ପାଇଁ

ଆମେ ହିଁ ଦାୟୀ

ଯେଉଁ ବେଳକାଳ  ଆମ ହାତ ପାହାନ୍ତରେ ଅଛି

ସମୟ ଚକ୍ରରେ

ସେଥିରେ ବ୍ୟତିକ୍ରମ ନ ହେଉ

ଜୀବନକୁ ସୁଚାରୁ ରୂପେ ନିୟନ୍ତ୍ରଣେ

ସମୟ ହିଁ ସହାୟକ

ହେ ସମୟ, ତୁମେ ହିଁ ମନୁଷ୍ୟ ଜୀବନରେ

ଶ୍ରେଷ୍ଠ ଉପହାରନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract