STORYMIRROR

SACHALA GURU

Abstract Tragedy

3  

SACHALA GURU

Abstract Tragedy

ସମୟ

ସମୟ

1 min
245

ଆଜି ସମୟଟା କେତେ ବଦଳିଛି

ହେଲେ ସମୟ କିପରି ବଦଳେ?

ତାକୁତ ଛୁଇଁ ହୁଏ ନାହିଁ କି ଦେଖି ହୁଏ ନାହିଁ

ତା' ହେଲେ ସମ୍ଭବ କିପରି?

ଭାବି ଭାବି ଥକିଗଲି

ଓଲଟ ପାଲଟ ମନଟା ଅସ୍ଥିର

ଜେଜେ ବାପା ପାକୁଆ ପାଟିରୁ

ଖନି ଖନି କଥା କେବଳ

ଅନୁଭବ ଓ ଅନୁଶୋଚନାରେ ଜାଣି ହୁଏ

ସତେ, ଜେଜେ, ହଁ ଆମେ ବଦଳୁଛେ

କି କହୁଛେ ସମୟ ବଦଳିଛି

ଆଜି ବଦଳିଛି ସମୀରଣ

ଆଜି ହଜାଇଛି ଜଳ ତା'ର ନିର୍ମଳତା

ଏହା କଣ ସମୟର ଉପହାର?

ସମୟ କି ଆମର ଶିଷ୍ଟାଚାର ପାଇଁ ଦାୟୀ?

ନା ଆମେ ଦୂଷିତ କରୁଛେ

ଖୁବ ଜୋରେ ଜୋରେ କହିଲି

ବୁଝିଗଲି ବୁଝିଗଲି

ସତରେ ସମୟର ଉପଯୋଗ ପାଇଁ

ଆମେ ହିଁ ଦାୟୀ

ଯେଉଁ ବେଳକାଳ  ଆମ ହାତ ପାହାନ୍ତରେ ଅଛି

ସମୟ ଚକ୍ରରେ

ସେଥିରେ ବ୍ୟତିକ୍ରମ ନ ହେଉ

ଜୀବନକୁ ସୁଚାରୁ ରୂପେ ନିୟନ୍ତ୍ରଣେ

ସମୟ ହିଁ ସହାୟକ

ହେ ସମୟ, ତୁମେ ହିଁ ମନୁଷ୍ୟ ଜୀବନରେ

ଶ୍ରେଷ୍ଠ ଉପହାରନ।



Rate this content
Log in

Similar oriya poem from Abstract