STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପିଲାମାନେ

ପିଲାମାନେ

1 min
308

   ପିଲାମାନେ,

  ଏ ଦେଶର ଧନ ରତ୍ନ ତୁମେ

  ତୁମେ ଏ ଦେଶ ଭାଗ୍ୟ ଭବିଷ୍ୟତ

   ରଖିବ ଏ ଦେଶ ର ମାନ ମହତ ।


   ପିଲାମାନେ,

   ନ ଭୁଲିବ କେବେ

     ତୁମ ମାତୃଭାଷା କୁ

  ନ ଭୁଲିବ କେବେ

    ତୁମ ମାତୃଭୂମିକୁ ।


   ପିଲାମାନେ,

   ପଢରେ ଭଲ

   ଗଢରେ ଭଲ

  ତୁମ ଜୀବନ ର ମୂଲ୍ୟ

    ଅମୁଲ ମୂଲ

  ନ ଭାବିବ କେବେ

    ନିଜକୁ ହୀନ

   ସଂଘର୍ଷ କରି ବଞ୍ଚ ଜୀବନ ।


   ପିଲାମାନେ,

    ସ୍ଵାସ୍ଥ୍ୟ ଓ ଶିକ୍ଷା ର 

     ନେବ ଯତନ

   ତୁମେ ଅଟ ଏ ଦେଶର ରତ୍ନ

   ସଭିଙ୍କୁ ମଣିବ ନିଜର ବୋଲି

   ପର ଆପଣା ଭେଦକୁ

     ଯିବରେ ଭୁଲି ।


    ପିଲାମାନେ,

    ସଦା ସତ୍ୟ, ନ୍ୟାୟ,ଧର୍ମ

     ପଥ ରେ ଚାଲ

   ସଭିଏଁ ତୁମକୁ କରିବେ ଗେଲ

   ହୁଏ ତ ଏ ରାସ୍ତା ଅଟେ କଠିନ

    ଏ ରାସ୍ତାରେ ଗଲେ

    ସଭିଏଁ କରିବେ ତୁମ ଜୟଗାନ ।


   ପିଲାମାନେ,

   ନ ମଣ ନିଜକୁ କେବେରେ ହୀନ

    ଆଜିର ଶିଶୁ କାଲି ର ନାଗରିକ

    ଏ ଦେଶର ଜାଣ

   ପିତା ମାତାଙ୍କର ସେବା କରିବ

   ଅଡିଶା ପଡିଶାଙ୍କ ନିଘା ରଖିବ

   ଦୀନ ଦରିଦ୍ରଙ୍କ ଲୁହ ପୋଛିବ

   ଚାଷୀ ମୂଲିଆ ଙ୍କୁ ସମ୍ମାନ ଦେବ

    ସେ ପରା ଦେଶ ମେରୁଦଣ୍ଡ

   ଶାସକ ସାଜି କି ନ ଦେବ

    ସେମାନଙ୍କୁ ଯେ ଦଣ୍ଡ

    ଶ୍ରମିକ ମାନଙ୍କୁ ନ କରିବ ଘୃଣା

   ତାଙ୍କ ପାଇଁ ଗଢା କୋଠା ବାଡି

    ଆମ ସବୁଟି ସିନା ।


   ପିଲାମାନେ,

    ଆମ ସମ୍ବିଧାନ

    ଆମ ଗଣତନ୍ତ୍ର କୁ ସମ୍ମାନ ଦେବ

    ଗୁରୁ ଗୁରୁଜନ ଙ୍କ କଥା ତୁମେ ମାନିବ

    ଆମ ସଂସ୍କୃତି ର ରଖିବ ମାନ

    କୁସଂସ୍କାର ବିରୁଦ୍ଧେ

   କରିବ ସ୍ଵର ଉତ୍ତୋଳନ

    ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗେ

     ନ ରଖି ପ୍ରଭେଦ

   ଭାରତୀୟ ବୋଲି 

     ଜାତୀୟ ଏକତା ରେ

   ସଦା ସର୍ବଦା ହେବ ଉଦବୁଦ୍ଧ ।

  

   ପିଲାମାନେ,

     ତୁମେମାନେ ଏ ଦେଶର

    ରଙ୍ଗ ବେରଙ୍ଗ ଫୁଲ

    ମାଟି ମା ସେ ପାଇଁ

      ତୁମକୁ ପାଏରେ ଭଲ

   ତୁମେମାନେ ସବୁ

     ଈଶ୍ଵରଙ୍କ ଅବତାର

   ତୁମ ମଧ୍ୟେ ନ ଥାଏ ତେଣୁ

     କିଛି ହିଁ ବିକାର

  ତୁମର ଉନ୍ନତି ତୁମ ବିକାଶ

   କରୁଛି କରିବ 

    ଏ ମାତୃଭୂମି ଆମରି ଦେଶ

   ତେଣୁ ମାତୃଭାଷା 

   ମାତୃଭୂମି ରେ ବାରେ ରଖିବ ମମତା

    ଆଗାମୀ ଦିନରେ ଏ ଦେଶେ ଏ ବିଶ୍ଵେ

     ହିଂସା ଦ୍ୱେଷ ତ୍ୟେଜି

    ଆଣିବ ନିଶ୍ଚେ ତୁମେ ସମତା 

    ତେବେ ପୂରଣ ହେବ ପାଳି ଶିଶୁ ଦିବସ

   ମାଟି ମା ଆମ ହସିବ ଶାନ୍ତି ମୈତ୍ରୀର ହସ ।


    


    



Rate this content
Log in

Similar oriya poem from Abstract