STORYMIRROR

Sarojini Mishra

Abstract

4  

Sarojini Mishra

Abstract

କରୋନା - ଏକ ଦୃଷ୍ଟି

କରୋନା - ଏକ ଦୃଷ୍ଟି

1 min
235

ସେ କିଏ ଆମେ ଜାଣିନୁ

ସେ କିଏ ଆମେ ବି

ତାକୁ ଦେଖି ପାରୁନଥଲେ 

ହେଲେ,

ବିଶ୍ଵ ଥର ହର ହେଲା

ତା'ରି ନାଁରେ -

ନିତ୍ୟ ନିୟମିତ ବ୍ୟସ୍ତ ବହୁଳ ଜୀବନରେ

ଭରି ଦେଇଗଲା ଖାଲି

ନାଁ-ନାଁ- ଆଉ ନାଁ

ସିଏ ହେଉଛି କରୋନା ।


କରୋନା__ !!

ତୁ କାହା ପାଖେ କେତେବେଳେ

ପରିଞ୍ଚୁ ଥିଲୁ ,ହୁଏ ତ 

କେହି ଜାଣି ପାରୁ ନଥିଲେ

ହେଲେ,

କରୋନା ତୁ ତୋ ନାଁ ରେ

ସମସ୍ତଙ୍କୁ କଲୁ ଅସ୍ତ ବ୍ୟସ୍ତ ।


ହେଲେ,

କେଉଁଠି ନା କେଉଁଠି

ତୁ ଅସରନ୍ତି ଦିଗକୁ

ଆଙ୍ଗୁଳି ନିର୍ଦ୍ଦେଶ କରି ଗଲୁ ।


ବ୍ୟସ୍ତ ବ୍ୟସ୍ତ କରିଥିବା ମଣିଷ ଟାକୁ

ବାପା ମାଆଙ୍କ ପାଖରେ

ଦୁଃଖ - ସୁଖ ହେବାର

ନିଚ୍ଛକ ଛବିଟିଏ ତୁ ଆଙ୍କିଦେଲୁ ।


ଆଉ,

ତା ଅନୁପସ୍ଥିତିରେ ସଂସାରର

ସମୟ ଉପଯୋଗକୁ

ହାଡେ ହାଡ଼େ ଅନୁଭବ କରିବାର

ଦିବ୍ୟ ଅନୁଭୂତି ତୁ ପ୍ରଦାନ କରୋନା ।


ଆଉ -

କୁନି କୁନି ହାତ ପାପୁଲିରେ

ଇଟି କିଲି ମିଟି କିଲି

ଗୀତ ଗାଇବା ଶିଖାଇ ଦେଇ

ଦେଇ ଗଲୁ ମହାର୍ଘ ଅନୁଭୂତି ।

ଘୋଡା ହାତୀ ହୋଇ

କୁନି କୁନି ଓଠରେ ହସ ଫୁଟାଇବାର

ଆତ୍ମ ସନ୍ତୋଷକୁ

ଶିରା ପ୍ରଶିରାରେ ଅନୁଭବ କରାଇଦେଲୁ ।


ଆଉ,

ତୁ ଆସି ଏଇ ମଣିଷର ଅହଂକାରକୁ

କେଉଁ ଅତଳ ଗହ୍ୱରରେ

ଫୋପାଡି ଦେଇଥିଲୁ ତୁ 'କରୋନା' ।


ଖାଁ ଖାଁ ହେଲା ରାସ୍ତାଘାଟ

ନା ଥିଲା ବ୍ୟସ୍ତ ବହୁଳ

ମଣିଷ ମାନଙ୍କର ଭିଡ଼

ନା ଥିଲା ବାଟ ଭୂଲା

ମଣିଷ ମାନଙ୍କର ଆଡ୍ଡା

ନାଁ ଥିଲା -

ଅସରନ୍ତି ଧୂଳି - ଧୂଆଁର ଭଉଁରୀ

ସବୁ କିଛି ଚୁପ୍ ଚାପ୍

ସତେ ଯେମିତି 

ପୃଥିବୀ ମା' ଦୀର୍ଘଶ୍ଵାସ ଛାଡି

ଶାନ୍ତିରେ ଧ୍ୟାନ କରୁ କରୁ

ପ୍ରଶ୍ନବାଚୀ ମାନେ ତା ଚାରିପଟେ

ଭଉଁରୀ କାଟି ପଚାରୁଥିଲେ

କିଏ ତୁ ' କରେ। ନା ' ?


ହଁ,

କରୋନା ବି ମନେ ପକାଇ ଦେଲା

ଆମ ପୂର୍ବେଶ୍ଵରୀ ମାନଙ୍କର

ଅନୁଶାସନ ଆଉ ସଂସ୍କାରର କଥା

ଆଉ,

କାନେ କାନେ କହିଦେଇ ଗଲା

ସଫା ରୁହ, ଶାନ୍ତ ହୁଅ

ଶରୀର ମୋହରୁ ଫେରି

ଆତ୍ମାର ମୋହରେ ବିଭୋର ହୁଅ

ଆଉ,

କହିଗଲା

ନିଜ ଭିତରକୁ ଦେଖୁ ଦେଖୁ

ନିଜକୁ ଚିହ୍ନୁ ଚିହ୍ନୁ 

ମାନବିକତାର ମଞ୍ଜି ବୁଣି ଦେଇ ଯାଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract