STORYMIRROR

Sarojini Mishra

Abstract

4  

Sarojini Mishra

Abstract

ପଖାଳ କଂସା

ପଖାଳ କଂସା

1 min
1

 




ସ୍ମୃତି ପଖାଳୁଛି ଓଡିଆ ର ରୀତି
କିଏ ଅଛି କିଏ ନାହିଁ
ପଖାଳ କଂସାରେ ସ୍ନେହ ତୋରାଣି ରେ
କାହାଣୀର ଶେଷ କାହିଁ ।

ଓଡ଼ିଆ ସଂସାରେ ଜୀବନ ଧାରାରେ
ସ୍ୱତନ୍ତ୍ର ରୁପ ନିଆରା
ତଳେ ବସି ପଡ଼ି ପଖାଳ ସାଥିରେ
ଗପର ପଡ଼ିଛି ଡେରା ।

ଏମିତି ଆନନ୍ଦ ଟେବୁଲରେ କାହିଁ
ଓଡ଼ିଆର ମୂଳ ନୀତି
ଭାଷା ମୋ ଓଡିଆ ଖାଦ୍ୟ ମୋ ନିଆରା
ସତେ କି ଝରଇ ମୋତି ।

ମୋ ଭାଷା ନିଆରା ପଖାଳ ନିଆରା
ନିଆରା ଆମ ଚଳଣି
ପଖାଳ କଂସା ଯେ ଓଡିଆ ଜାତିର
ଅନୁଭବ ଖୁସୀ ମୁଣି ।







Rate this content
Log in

Similar oriya poem from Abstract