ଶତବ୍ଦୀର ଶେଷରେ
ଶତବ୍ଦୀର ଶେଷରେ
ସମୟର ଅସରନ୍ତି ଢେଉରେ
ବହି ଚାଲିଛି ଜୀବନ,
କେବେ ଉତ୍ଥାନ କେବେ ପତନ
ସ୍ଥିରତାର ଆଭାସ ନାହିଁ।
କେବେ ଶତାବ୍ଦୀର ଅନ୍ତ ଘଟାଇ
ଜୀବନର ନୂତନ ପ୍ରାରମ୍ଭରେ
ଜୀବନର କେଇ ମୁଠା ସମୟର
ଅବଧିରେ ପାପ ପୁଣ୍ୟର ହିସାବ
ଜାଣିବା ପରେ ଶତବ୍ଦୀର ଅନ୍ତ ଘଟେ
ସେ ମଣିଷ ଜୀବନର।
ଏ ଶତବ୍ଦୀ ନୁହଁ ସହେ ବର୍ଷର,
ଶତବ୍ଦୀ କେବଳ ଜୀବନରେ
ଭୁଲ ଠିକର ଉତ୍ତର ପାଇବାର,
ନୁହଁ ଇଏ ଶତବ୍ଦୀର ଶେଷରେ
ନୂତନ ସୃଷ୍ଟି ନିର୍ମାଣ,
ଜୀବନରେ କିଛି ପାପର
ଅନ୍ତ ଘଟାଇ ନୂତନ
ସୃଷ୍ଠି ହେବାର କାରଣ।
ହଜିଯାଇଥିବା ସମୟକୁ
ଶତବ୍ଦୀର ଶେଷରେ
ପୁନଶ୍ଚ ପାଇବାର ପ୍ରୟାସ,
ଶେଷ ତ ରାତିର ବି ହୁଏ
କେବଳ ପୁନଶ୍ଚ ଫେରିବାର
ଅପେକ୍ଷାରେ କେଇ କ୍ଷଣର ବ୍ୟବଧାନ।
ସ୍ଵପ୍ନରେ ସ୍ବପ୍ନକୁ ଦେଖିବା
ଅନେକାଂଶରେ ଠିକ୍,
ପରନ୍ତୁ ସ୍ଵପ୍ନରେ
ନିଜେ ହଜି ଯିବା
ରଙ୍ଗିନ୍ ଇନ୍ଦ୍ରଧନୁ
ଜୀବନରେ ଆସିବାର ମିଛ ବାହାନା
କେବେ ବି ଠିକ୍ ନୁହଁ,
ଶତାବ୍ଦୀ ଗଡି ଚାଲେ
ଚାଲେ ତାହା ସହ ଜୀବନ
ସ୍ବପ୍ନର ପ୍ରାୟସ
ବାସ୍ତବତାରେ ଠିକ୍,
ପରନ୍ତୁ ଶତାବ୍ଦୀର
ଶୂନ୍ୟତାରୁ ମୁକୁଳିବାକୁ ହେଲେ
ଶତାବ୍ଦୀର ଅନ୍ତ କରି
ଶତାବ୍ଦୀର ଶେଷରେ
ନବ ନିର୍ମାଣ ଆବଶ୍ୟକ ।
